ସଂସଦର ବିଭିନ୍ନ କମିଟିରେ ସ୍ଥାନ ପାଇଛନ୍ତି ଓଡ଼ିଆ ସାଂସଦ

ସଂସଦର ବିଭିନ୍ନ କମିଟିରେ ସ୍ଥାନ ପାଇଛନ୍ତି ଓଡ଼ିଆ ସାଂସଦ। ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ହୋଇଛନ୍ତି ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ପ୍ରତିରକ୍ଷା କମିଟିରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ପୁରୀ ସାଂସଦ ପିନାକୀ ମିଶ୍ର ଓ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଅର୍ଥ କମିଟିର ସଦସ୍ୟ ଭାବେ ମିଳିଛି ନିଯୁକ୍ତି। ଜୟନ୍ତ ସିହ୍ନା ଅଛନ୍ତି ଅର୍ଥ କମିଟିର ଅଧ୍ୟକ୍ଷ। ବୈଦେଶିକ ବ୍ୟାପାର କମିଟିରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଗୃହ ବ୍ୟାପାର କମିଟିର ସଦସ୍ୟ ହୋଇଥିବା ବେଳେ ମାନବ ସମ୍ବଳ ବିକାଶ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟି ସଦସ୍ୟ ଭାବରେ ନବରଙ୍ଗପୁର ସାଂସଦ ରମେଶ ମାଝି ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ନିଯୁକ୍ତ ହୋଇଛନ୍ତି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ବାଣିଜ୍ୟ କମିଟି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ପରିବେଶ ଓ ଜଙ୍ଗଲ କମିଟି ସଦସ୍ୟ ନିଯୁକ୍ତ ହୋଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ ।

Leave A Reply

Your email address will not be published.