୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାଙ୍କୀ ଡମପଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ
ଡମପଡ଼ା: ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାଙ୍କୀ ଡମପଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ। ଆବାସ ଯୋଜନାରେ ମାଗଣା ଘର ଯୋଗାଇ ଦେବାକୁ ଡମପଡ଼ା ନିର୍ବାହୀ ଅଧିକାରୀ ବିପିନ ମନ୍ତ୍ରୀ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଅଧିକାରୀ ଧରିଛନ୍ତି। ଯୋଗ୍ୟ ହିତାଧୀକାରୀଙ୍କୁ ଘର ଦେବା ବଦଳରେ ପକ୍କା ଘର ଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ ନିର୍ବାହୀ ଅଧିକାରୀ। ଏହାସହ ବ୍ଲକ କଲୋନୀସ୍ଥିତ ବାସଭବନରେ ମଧ୍ୟ ଚଢଉ କରିଛି ଭିଜିଲାନ୍ସ। ପୂର୍ବରୁ ପ୍ରକୃତ ହିତାଧୀକାରୀଙ୍କୁ ଘର ଦିଆନଯାଇ ଘର ବଣ୍ଟନରେ ଲାଞ୍ଚ ନେଇ ହେରଫେର ହେଉଥିବା ଅଭିଯୋଗ ହୋଇଥିଲା।