Below header

ମାଇକ୍ରୋସଫ୍‌ଟର ଗୁଡ ଆଇଡିଆ ଚ୍ୟାଲେଞ୍ଜ ୨୦୧୯ରେ ଓଡିଆ ଛାତ୍ରଙ୍କ କମାଲ, ତିନିଟି ବିଷୟବସ୍ତୁ ପାଇଁ ପାଇଲେ ସମ୍ମାନଜନକ ପୁରସ୍କାର

ମାଇକ୍ରୋସଫ୍‌ଟର ଗୁଡ ଆଇଡିଆ ଚ୍ୟାଲେଞ୍ଜ ୨୦୧୯ ଜିତିଲେ ଓଡ଼ିଆ ଛାତ୍ର। ବେଙ୍ଗାଳୁରୁର କଂପ୍ୟୁଟର ସାଇନ୍‌ସର ଛାତ୍ର ପ୍ରତୀକ ମହାପାତ୍ର ତିନିଟି ବିଷୟବସ୍ତୁ ପାଇଁ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି। ଅର୍ଗାନ ସିକ୍ୟୁଓର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ଆପ୍‌ ବ୍ୟବହାର ଦ୍ୱାରା ଠିକଣା ସମୟରେ ଅର୍ଗାନ ଡୋନେଟରଙ୍କ ଦ୍ୱାରା ଅର୍ଗାନ ଟ୍ରାନ୍‌ସପ୍ଲାଣ୍ଟକୁ ସଫଳ କରାଇବା ନେଇ ତାଙ୍କୁ ମାଇକ୍ରୋସଫ୍‌ଟ ପକ୍ଷରୁ ୧୦ହଜାର ଆମେରିକୀୟ ଡଲାରରେ ପୁରସ୍କୃତ କରାଯାଇଛି। ଅର୍ଗାନ ସିକ୍ୟୁଓର ଦ୍ୱାରା ଦୁଇଟି ମୁଖ୍ୟ ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରତୀକ କହିଛନ୍ତି।

ଆହୁରି ପଢନ୍ତୁ: ଘରେ ନାଲି ପିମ୍ପୁଡ଼ି ହେଲେ, କ’ଣ ରହିଛି ଶୁଭ ଅଶୁଭ ଲକ୍ଷଣ

ଲୋକମାନେ ଅର୍ଗାନ ଡୋନେସନ ପ୍ରତି ଆଗ୍ରହ ହେବା ଓ ଅଙ୍ଗପ୍ରତ୍ୟଙ୍ଗ ଲୋଡୁଥିବା ଅଧିକରୁ ଅଧିକ ଲୋକଙ୍କୁ ଠିକଣା ସମୟରେ ସହାୟତା ମିଳିବା ନେଇ ସେ ଆଶାବାଦୀ ଅଛନ୍ତି। ଛାତ୍ରାବସ୍ଥାରୁ ଲାଇଫ ସାଇନ୍‌ସରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାରରେ ଓଡ଼ିଆ ଛାତ୍ର ପ୍ରତୀକ ମହାପାତ୍ର ରୁଚି ରଖିଥିଲେ। ଏହା ତାଙ୍କୁ ଏପରି ଆପ୍ଲିକେସନ ତିଆରି କରିବାରେ ସହାୟତା କରିଥିବା ସେ କହିଛନ୍ତି। ପୂର୍ବରୁ ଔଷଧ ସୁରକ୍ଷା ପାଇଁ ପ୍ରତୀକ ଡ୍ରଗ୍‌ ସେଫ ଆପ୍‌ ପାଇଁ ବିଗ ଡାଟା ଆୱାର୍ଡ ଆଟ ଇମାଜିନ କପ୍‌ ୨୦୧୮ ବିଜୟ ଲାଭ କରିଥିଲେ। ଅର୍ଗାନ ସିକ୍ୟୁଓର ଆପ୍‌କୁ ପ୍ରଥମେ କର୍ଣ୍ଣାଟକରେ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରତୀକ। ପରେ ସେ ଏହାକୁ ଆମେରିକା, ଚୀନ, ସାଉଥ କୋରିଆ ଓ କାନାଡାରେ ରିଲିଜ କରିବାକୁ ଯୋଜନା କରିଛନ୍ତି। 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.