ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ, ବିଭିନ୍ନ ନୋଡାଲ ସେଣ୍ଟର ଗୁଡିକରେ କଡା ସୁରକ୍ଷା ମଧ୍ୟରେ ପହଞ୍ଚିଛି ପ୍ରଶ୍ନପତ୍ର

ଭୁବନେଶ୍ବର: ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ପରୀକ୍ଷାକୁ ସୁରୁଖୁରରେ ପରିଚାଳନା କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ବିଭିନ୍ନ ନୋଡାଲ ସେଣ୍ଟର ଗୁଡିକରେ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିଛି। କୋରାପୁଟ ଜିଲ୍ଲାରେ ମୋଟ ୬୨ଟି ପରୀକ୍ଷା କେନ୍ଦ୍ର ରହିଥିବାବେଳେ ଜିଲ୍ଲାରେ ୧୪ହଜାର ୭୩୫ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଜିଲ୍ଲାରେ ୧୦ଟି ନୋଡାଲ ସେଣ୍ଟର କରାଯାଇଥିବାବେଳେ ସୁରକ୍ଷା ଦୃଷ୍ଟିରୁ ୫ଟି ସେଣ୍ଟର ପୋଲିସ ଥାନାରେ କରାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।

ପରୀକ୍ଷା ନିୟନ୍ତ୍ରଣ ପାଇଁ ୩ଟି ସ୍କ୍ଵାର୍ଡ କରାଯାଇଛି। ପ୍ରତି ନୋଡାଲ ସେଣ୍ଟରକୁ ୪ଜଣିଆ ପୋଲିସ ଟିମ୍‌ ଜଗିରହିଛି। ଗତକାଲି ପରୀକ୍ଷାର୍ଥୀଙ୍କୁ ଆଡମିଟ କାର୍ଡ ପ୍ରଦାନ କରାଯାଇଛି। ସେପଟେ ପିଲାମାନେ ପରୀକ୍ଷାକୁ ନେଇ ପ୍ରସ୍ତୁତ ହୋଇ ରହିଥିବା BEO କହିଛନ୍ତି। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା।