UPSC ସିଭିଲ୍‌ ସର୍ଭିସ୍‌ ୨୦୨୦ର ନୋଟିଫିକେସନ୍‌ ଜାରି, ୭୯୬ଟି ପଦବୀରେ ହେବ ନିଯୁକ୍ତି

ସଂଘ ଲୋକସେବା ଆୟୋଗ (UPSC) ପକ୍ଷରୁ ସିଭିଲ୍‌ ସେବା ପରୀକ୍ଷାର ସୂଚନା ଜାରି କରାଯାଇଛି। ଯଦି ଆପଣମାନେ ମଧ୍ୟ ସିଭିଲ ସେବା ପରୀକ୍ଷା ଦେବାକୁ ଚାହୁଁଛନ୍ତି ତେବେ ଏହି ପରୀକ୍ଷାରେ ବିଷୟରେ ଦିଆଯାଇଥିବା ସୂଚନାର ଅଫିସିଆଲ େଓ୍ଵବସାଇଟ upsc.gov.in କୁ ଯାଇ ଚେକ୍‌ କରିପାରିବେ। ସୂଚନା ମୁତାବକ ଗତକାଲି ଅର୍ଥାତ ବୁଧବାର ଠାରୁ ର୍ହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଅନଲାଇନ୍‌ ଆବେଦନ ପ୍ରକ୍ରିୟା upsconline.nic.in ଜରିଆରେ ହେବ। ବିଶେଷ ରୂପେ ଧ୍ୟାଦନ ରଖନ୍ତୁ ଏହି ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ୩ ମାର୍ଚ୍ଚ।

ରିପୋର୍ଟ ଅନୁଯାୟୀ ୟୁପିଏସସି ସିଭିଲ ସର୍ଭିସ୍‌ ପରୀକ୍ଷା ଜରିଆରେ ଇଣ୍ଡିଆନ ଆର୍ଡମିନିଷ୍ଟ୍ରେଟିଭ ସର୍ଭିସ୍‌ (ଆଇଏଏସ୍‌), ଭାରତୀୟ ପୋଲିସ ସର୍ଭିସ୍‌ (ଆଇପିଏସ୍‌) ଏବଂ ଭାରତୀୟ ଫରେନ୍‌ ସର୍ଭିସ୍‌ (ଆଇଏଫଏସ୍‌), ରେଲେଓ୍ଵ ଗ୍ରୁପ୍‌ ଏ (ଇଣ୍ଡିଆନ ରେଲେଓ୍ଵ ଆକାଉଣ୍ଟ ସର୍ଭିସ୍‌), ଇଣ୍ଡିଆନ ପୋଷ୍ଟଲ ସର୍ଭିସ୍‌, ଭାରତୀୟ ଡାକ ସେବା, ଇଣ୍ଡିଆନ ଟ୍ରେଡ ସର୍ଭିସ୍‌ ସହିତ ଅନ୍ୟ ସେବା ପାଇଁ ଚୟନ କରାଯିବ।

ଗ୍ରାଜୁଏଟ୍‌ କରିପାରିବେ ଆବେଦନ:

upsc-UPSC ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଆବେଦନ କରିବା ପାଇଁ ଗ୍ରାଜୁଏଟ୍‌ ହୋଇଥିବା ଆବଶ୍ୟକ। ଏଥିରେ ଆବେଦନ କରିବାର ନୁନ୍ୟତମ ବୟସ ସୀମା ୨୧ ବର୍ଷ ହୋଇଥିବା ଆବଶ୍ୟକ। ସାଧାରଣ ବର୍ଗର ଆବେଦନକାରୀଙ୍କୁ ୧୦୦ ଟଙ୍କା ପିସ୍‌ ଦେବାକୁ ପଡିବ। ସେହିଭଳି ମହିଳା/ ଏସସି / ଏସଟି ଏବଂ ଦିବ୍ୟାଙ୍ଗ ଆବେଦନକାରୀଙ୍କୁ କୌଣସି ଫିସ୍‌ ଦେବାକୁ ପଡିବ ନାହିଁ। ସୂଚନା ମୁତତାବକ ଏହି ପରୀକ୍ଷା ୩ଟି ସ୍ତରରେ କରାଯିବ। ଏଥିରେ ପ୍ରଥମ ସ୍ତର ପ୍ରିଲିମ୍ସ ପରୀକ୍ଷା। ଏହାପରେ ମେନ୍‌ ପରୀକ୍ଷା ହେବ। ପ୍ରି ପରୀକ୍ଷାରେ ପାସ୍‌ ହୋଇଥିବା ବ୍ୟକ୍ତି ହିଁ ମେନ୍‌ ପରୀକ୍ଷାରେ ଭାଗ ନେଇପାରିବେ। ଏହାପରେ ଇଣ୍ଟରଭ୍ୟୁ ହେବ। ମେନ୍‌ ପରୀକ୍ଷା ୧୭୫୦ ଅଙ୍କର ହୋଇଥିବା ବେଳେ ଇଣ୍ଟରଭ୍ୟୁ ୨୭୫ ଅଙ୍କର ହୋଇଥାଏ। ଆବେଦନକାରୀଙ୍କୁ ମେନ୍‌ ପରୀକ୍ଷା ଏବଂ ଇଣ୍ଟରଭ୍ୟୁରେ ମିଳିିଥିବା ମାର୍କ ଆଧାରରେ ଚୟନ କରାଯିବ।

UPSC Civil Services ରେ ଏହି ୭ଟି ଷ୍ଟେପ୍‌ରେ କରନ୍ତୁ ଆବେଦନ

upsc-ସର୍ବ ପ୍ରଥମେ ଆବେଦନ କରିବା ପାଇଁ UPSC ର େଓଓ୍ଵବସାଇଟ upsconline.nic.in କୁ ଯାଆନ୍ତୁ।

-ଏବେ େଓ୍ଵବସାଇଟରେ ଦିଆଯାଇଥିବାONLINE APPLICATION FOR VARIOUS EXAMINATIONS OF UPSC ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ।

-ଭାଗ-୧ ପାଇଁ କ୍ଲିକ୍‌ କରନ୍ତୁ। ଏହାପରେ ସମସ୍ତ ସୂଚନା ପଢିବା ପରେ YES ରେ କ୍ଲିକ୍‌ କରନ୍ତୁ।

-ଏବେ ନାମ, ଜନ୍ମ ତାରିଖ, ପିତାଙ୍କ ନାମ, ମାତାଙ୍କ ନାମ, ଶିକ୍ଷାଗତ ଯୋଗ୍ୟତା, ଠିକଣା ଏବଂ ଫର୍ମରେ ଥିବା ସମସ୍ତ ପ୍ରମାଣ ପୂରଣ କରନ୍ତୁ।

-ଏହାବ୍ୟତୀତ ଆପଣ ଫିସ୍‌ ପୂରଣ କରିବା ସହ ନିଜ କେନ୍ଦ୍ର ଚୟନ କରନ୍ତୁ।

-ନିଜର ଫଟୋ ଏବଂ ପ୍ରମାଣ ପତ୍ର ଅପଲୋଡ୍‌ କରନ୍ତୁ।

-ସଠିକ୍‌ ରୂପେ ଆବେଦନ ହେବା ପରେ ଆପଣ ପାର୍ଟ ୨ ପାଇଁ ରେଜିଷ୍ଟ୍ରେସନ୍‌ କରପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.