ଗଞ୍ଜାମ: ଘର ଭିତରେ ଓଦା ଲୁଗା ଶୁଖାଇବା ବେଳେ ଲାଗିଲା କରେଣ୍ଟ, ନାତି ସହ ଗଲା ଜେଜେମାଆର ପ୍ରାଣ

ଗଞ୍ଜାମ : ବିଦ୍ୟୁତ ତାର ନେଲା ଦୁଇ ଜୀବନ । ଘର ଭିତରେ ଓଦା ଲୁଗା ଶୁଖାଇବା ବେଳେ ଲାଗିଲା କରେଣ୍ଟ । ନାତିକୁ ବଞ୍ଚାଇବାକୁ ଯାଇ ଜେଜେମାଆ ବି ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ କୋକଲୁଣ୍ଡା ଗାଁରେ । ମୃତକମାନେ ହେଲେ ରାଜେଶ ଜେନା ଓ ତାଙ୍କ ଜେଜେମାଆ ଶିଶୁଳା ଜେନା । ରାଜେଶ ଘର ଭିତରେ ଥିବା ଏକ ଲୁହା ରଡ୍‌ରେ ଓଦା ଲୁଗା ଶୁଖାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ତାଙ୍କ ଚିତ୍କାର ଶୁଣି ଜେଜମାଆ ବଞ୍ଚାଇବାକୁ ଆସି ଝଟ୍‌କା ଖାଇଥିଲେ । ପାଖ ପଡୋଶୀ ପହଞ୍ଚିବା ବେଳକୁ ସେମାନଙ୍କ ମୃତ୍ୟୁ ହୋଇ ସାରିଥିଲା । ଏହି ଘଟଣାକୁ ନେଇ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.