ରିଲିଜ୍‌ ହେଲା ‘ଭୂତ’ର ପ୍ରଥମ ଗୀତ, ଦେଖିବାକୁ ମିଳିଲା ଭୂମି ପେଡନେକରଙ୍କ ଝଲକ

ବଲିଉଡ୍‌ ଅଭିନେତା ଭିକ୍କି କୌଶଳଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୂତ ପାର୍ଟ ଓ୍ଵାନ: ଦ ହଣ୍ଟେଡ୍‌ ସିପ୍‌’ର ପ୍ରଥମ ଗୀତ ଚନ୍ନା ବେ ରିଲିଜ୍‌ ହୋଇଛି। ରିଲିଜ୍‌ ହେଉ ହେଉ ଏହି ଗୀତ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ଅଛି। ଲୋକମାନେ ଗୀତକୁ ଖୁବ୍‌ ଆଗ୍ରହର ସହ ଦେଖୁଥିବା ଜଣାଯାଇଛି। ‘ଚନ୍ନା ବେ’ ଗୀତରେ ଅଖିଳ ସଚ୍ଚଦେବା ଓ ମନଶୀଳ ଗୁଜରାଲ କଣ୍ଠଦାନ କରିଥିବା ବେଳେ ଗୀତର ସଙ୍ଗୀତ ଓ ଲିରିକ୍ସ ବି ସଚ୍ଚଦେବା ଲେଖିଛନ୍ତି। ୨.୨୨ ମିନିଟ୍‌ର ଏହି ଗୀତକୁ ରିଲିଜ୍‌ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ହିଁ ୨୪ ଲକ୍ଷ ଥର ଦେଖା ସରିଲାଣି। ଗୀତରେ ଭୂମି ପେଡ଼ନେକର ଓ ଭିକ୍କିଙ୍କ ରୋମାନ୍ସ ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

Video Courtesy: Zee Music Company

ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମର ଟ୍ରେଲର ବହୁତ ଭୟଙ୍କର ହୋଇଛି। ଫିଲ୍ମରେ ଭୂତ ସିନ୍‌ଗୁଡ଼ିକୁ ଖୁବ୍‌ ନିଖୁଣତାର ସହ ଦର୍ଶାଯାଇଛି, ଯାହାକୁ ଦେଖିବା ପରେ ଦର୍ଶକଙ୍କ ରୁୁମ ଟାଙ୍କୁରି ଉଠିଛି କହିଲେ ଚଳେ। ‘ଭୂତ ପାର୍ଟ ଓ୍ଵାନ: ଦ ହଣ୍ଟେଡ୍‌ ସିପ୍‌’ର କାହାଣୀ ଏକ ସି ବାର୍ଡ ଉପରେ ଆଧାରିତ। ସି ବାର୍ଡ ଏକ ଡେଡ୍‌ସିପ୍‌ ଯାହା ଖରାପ ପାଗ ଯୋଗୁ ମୁମ୍ବାଇର ଜୁହୁ ବିଚ୍‌କୁ ଆସିଥାଏ। ମାତ୍ର ଆଶ୍ଚର୍ଯ୍ୟର ବିଷୟ ହେଉଛି ଏଥିରେ ଜଣେ ହେଲେ ଲୋକ ନାହାନ୍ତି। ପରେ ପୃଥିବୀ (ଭିକ୍କି କୌଶଳ) ସି ବାର୍ଡର ସର୍ଭିଂ ଅଫିସର ଭାବେ ସିପ୍‌ ଭିତରକୁ ଯାଆନ୍ତି। ପୃଥିବୀ ସିପ୍‌ ଭିତରୁ ଯିବା ପରେ ହିଁ ଭୂତଙ୍କ ଭୟଙ୍କର ଖେଳ ଆରମ୍ଭ ହୁଏ।

Image result for bhoot 1st song chhana ve

ଟ୍ରେଲର ଦେଖିବା ପରେ ଅନେକ ଦିନ ପରେ ବଲିଉଡରେ କିଛି ଭଏ ଫିଲ୍ମ ଆସିଛି ବୋଲି ଦର୍ଶକମାନେ କହିଛନ୍ତି। ଧର୍ମା ପ୍ରଡକ୍ସନ୍‌ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଭିକ୍କିଙ୍କ ସହ ଭୂମି ପେହନକର ନଜର ଆସିବେ। ଭାନୁ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଆସନ୍ତା ମାସ ୨୧ ତାରିଖରେ ଏହା ହଲ୍‌କୁ ଆସିବ ବୋଲି ଜଣାଯାଇଛି।