ଜାପାନ ଜାହାଜରେ ଥିବା ୨ ଭାରତୀୟ କରୋନା ଆକ୍ରାନ୍ତ! ଭାରତୀୟ ଦୂତାବାସକୁ ଜଣାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ଆରମ୍ଭ

ଜାପାନରେ ଅଟକିଥିବା ଜାହାଜ ପ୍ରିନ୍ସେସ ଡାଏମଣ୍ଡରେ ରହିଥିବା ଯାତ୍ରୀ ଓ କ୍ର୍ୟୁ ମେମ୍ବରଙ୍କ ମଧ୍ୟରୁ ୨ ଜଣ ଭାରତୀୟ କରୋନା ଆକ୍ରାନ୍ତ । ଜାହାଜରେ ଥିବା ମୋଟ୍‌ ୧୭୪ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ଭାରତୀୟ ଥିବା ଜାପାନ ସରକାର ସ୍ପଷ୍ଟ କରିଛନ୍ତି । ଜାପାନ ସ୍ଥିତ ଭାରତୀୟ ଦୂତାବାସକୁ ଏସଂପର୍କରେ ଜଣାଇବା ସହ ସେମାନଙ୍କ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି ।

coronaଜାହାଜରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ଆମେରିକୀୟ ଅଛନ୍ତି । ଏହି ଜାହାଜରେ ୩୭୧୧ ଜଣ ଲୋକ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୨୬୬୬ ଜଣ ଗେଷ୍ଟ ଓ ୧୦୪୫ ଜଣ ଚାଳକ ଦଳ ଅଛନ୍ତି । ଏଥିରେ ୧୩୨ ଜଣ ଚାଳକ ଦଳ ସଦସ୍ୟ ଓ ୬ ଜଣ ଭାରତୀୟ ଯାତ୍ରୀ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.