ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ, ଆଜି ବାଚସ୍ପତି ଡକାଇଛନ୍ତି ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ହେବ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ । ୧୮ରେ ଅର୍ଥମନ୍ତ୍ରୀ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ । ଏହାପୂର୍ବରୁ ଆଜି ବାଚସ୍ପତି ଡକାଇଛନ୍ତି ସର୍ବଦଳୀୟ ବୈଠକ । ଗୃହ ପରିଚାଳନା ନେଇ ଆଲୋଚନା କରାଯିବ । ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ।

assemblyଚାଷୀ, ବେକାରୀ ଓ ଆଇନ ଶୃଙ୍ଖଳା ଭଳି ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିପାରେ ବିଜେପି । କଂଗ୍ରେସ ହାତରେ ରହିଛି କୃଷି ଓ କୃଷକଙ୍କୁ ନେଇ ପ୍ରସଙ୍ଗ । ଅନ୍ୟପଟେ ବିରୋଧୀଙ୍କୁ ଜବାବ ଦେବାକୁ ସରକାରୀ ଦଳ ପାଖରେ ରହିଛି ଲମ୍ବା ତାଲିକା । ବିଶେଷକରି କେନ୍ଦ୍ରୀୟ ଅନୁଦାନ, ରେଳ ବଜେଟରେ ଓଡ଼ିଶାକୁ ଅଣଦେଖା ଭଳି ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଘାଇଲା କରିବାକୁ ଦଳ ପ୍ରସ୍ତୁତ ହେଉଛି । ମୁକାବିଲା ପାଇଁ ଶାସକ ଦଳ ମଧ୍ୟ ତୟାର ହୋଇ ରହିଛି। ରେଳ ବଜେଟରେ ଅନୁଦାନ ହ୍ରାସ ପ୍ରସଙ୍ଗ ଉଠାଇବ ବିଜେଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.