କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ କୋଭିସିଲ୍‌ଡ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ବର(କେନ୍ଯୁଜ୍): କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ କୋଭିସିଲ୍‌ଡ ଟିକା ମାଗିଲା ଓଡ଼ିଶା। ରାଜ୍ୟରେ ଟିକାକରଣ ଜାରି ରହିଛି। ଜୁନ୍‌ ୨୧ରୁ ପ୍ରତିଦିନ ହାରାହାରି ୩ ଲକ୍ଷ ଟିକାକରଣ ହେଉଛି। ଜୁନ ମାସରେ ରାଜ୍ୟ ୧୩ ଲକ୍ଷ ୭୮ ହଜାର ୩୧୦ ଡୋଜ୍‌ କୋଭିସିଲ୍ଡ ଟିକା ପାଇଥିବା ବେଳେ ଏହା ବିଭିନ୍ନ ଜିଲ୍ଲାଗୁଡ଼ିକୁ ପଠାଇ ଦିଆଯାଇଛି । ଏବେ ୩ଲକ୍ଷ ୩୮ହଜାର ଡୋଜ୍‌ କୋଭିସିଲ୍‌ଡ ମହଜୁଦ ରହିଛି। ଯାହା ମାତ୍ର ଦୁଇ ଦିନରେ ସରିଯିବ।

ତେଣୁ ମଙ୍ଗଳବାର ପରଠାରୁ ରାଜ୍ୟରେ କୋଭିସିଲ୍‌ଡର ଟିକାର ଅଭାବ ରହିବ ନାହିଁ। ଏ ପରିସ୍ଥିତିରେ ଟିକାକରଣ କରିବା ସମ୍ଭବ ନୁହେଁ। ସେଥିପାଇଁ କେନ୍ଦ୍ର ଅତିରିକ୍ତ ୬ କୋଭିସିଲ୍‌ଡ ଟିକା ଜୁନ୍‌ ମାସରେ ଦେବାକୁ ଓଡ଼ିଶା ଅନୁରୋଧ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.