ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବାଚସ୍ପତିଙ୍କ ପ୍ରତିକ୍ରିୟା: ରାଜନୀତି ସରିଯାଉ ପରେ ବିଧାନସଭା ଗୃହ କମିଟି ଅନୁଧ୍ୟାନ ପାଇଁ ଯିବ

ଭୁବନେଶ୍ବର(କେନ୍ୟୁଜ୍):   ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା । ମନ୍ଦିର ପ୍ରତି ବିପଦ ଅଛି ବୋଲି କିଏ କହୁଛି ? ବହୁତ ଲୋକ ବହୁତ କଥା କହୁଛନ୍ତି । ରାଜନୀତି ସରିଯାଉ, ବିଧାନସଭା ଗୃହ କମିଟି ଅନୁଧ୍ୟାନ ପାଇଁ ଯିବ । ଗୃହ କମିଟି ଖୁବଶୀଘ୍ର ବସିବ । ମୁଁ ଏ ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କ ଠାରୁ ରିପୋର୍ଟ ନେଉଛି । ଅନୁଧ୍ୟାନ କରିବା ପରେ ରିପୋର୍ଟ ଦେବୁ ବୋଲି କହିଛନ୍ତି ବାଚସ୍ପତି।

ସେପଟେ ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ  ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଅପରାଜିତା ତାଙ୍କର ଆଡଭଟାଇଜ୍‌ ପାଇଁ ଯାଉଛନ୍ତି । ତାଙ୍କୁ ଦଳ ମଧ୍ୟ ବିରୋଧ କରୁଛି । ପ୍ରଶାସନ ମନା କରିବା ସତ୍ତ୍ୱେ ସିଏ ଯାଉଛନ୍ତି । ସେ ଯାହା କରୁଛନ୍ତି, ତାଙ୍କୁ ଦଳ ମଧ୍ୟ ସମର୍ଥନ କରୁନାହିଁ । ରାଜନୀତିକୁ ନୂଆ ଆସିଛନ୍ତି । ଯେମିତି ଚଳୁଛନ୍ତି, ସେମିତି ହେଲେ ରାଜନୀତିରେ ତିଷ୍ଠି ପାରିବେନି । ପ୍ରଶାସନ ଓ ସମସ୍ତେ କହୁଛନ୍ତି ଠିକ କାମ ହେଉଛି । ଅପରାଜିତା ଏକୁଟିଆ ଭୁଲ ହେଉଥିବା କହୁଛନ୍ତି ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।.

 

Leave A Reply

Your email address will not be published.