Below header

ଆଜି ଭାରତରେ ଲଞ୍ଚ ହେବ OnePlusର ସବୁଠୁ ଶସ୍ତା ସ୍ମାର୍ଟ ଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ ଓ ମୂଲ୍ୟ

Oneplus ଇଣ୍ଡିଆ ଆଜି ଭାରତରେ ଏକ ମେଗା ଇଭେଣ୍ଟର ଆୟୋଜନ କରିଛି ।  ଏହି ଇଭେଣ୍ଟରେ Oneplus 10R, OnePlus Nord CE2 Lite 5G ସମେତ Nord Buds ପରି ପ୍ରଡକ୍ଟ ଗୁଡିକ ଲଂଚ ହେବ ।  Oneplusର ଏହି ଇଭେଣ୍ଟର ଆୟୋଜନ ଭରଚୁଆଲ ଭାବରେ କରାଯାଉଥିବା ବେଳେ ଏହାର ଲାଇଭ୍ ଟେଲିକାଷ୍ଟ ୱାନ ପ୍ଲସର ୱେବ ସାଇଟର ୟୁ ଟ୍ୟୁବ ଚ୍ୟାନେଲ ତଥା ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମରୁ କରାଯିବ ।  ଆଉ ମଧ୍ୟ ଜଣାଯାଇଛିକି OnePlus Nord CE2 5Gକୁ ଏବେ ପର୍ଯ୍ୟନ୍ତର ସବୁଠାରୁ ଶସ୍ତା ପ୍ଲାଟଫର୍ମ ଭାବେ ଧରାଯିବ ।  ଏହି ଫୋନ୍ରେ 6.58 ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଡିଷ୍ପ୍ଲେ ମିଳିବ ।

ଲିକ ହୋଇଥିବା ରିପୋର୍ଟ ଅନୁଯାୟୀ Oneplus 10R 5Gର ପ୍ରାରମ୍ଭିକ ମୂଲ୍ୟ 38 ହଜାର 999 ଟଙ୍କା ରଖାଯାଇଛି ।  ଫୋନକୁ 12 ଜିବି ରାମ ସମେତ 256 ଜିବି ଷ୍ଟୋରେଜ ମଡେଲ ସହ ଲଞ୍ଚ କରାଯିବ ।  ଯେବେକି OnePlus Nord CE2 Lite 5Gର ମୂଲ୍ୟ 17 ହଜାର 999 ଟଙ୍କା ରଖାଯିବା ନେଇ ଜଣାଯାଇଛି ।  ଏହି ମୂଲ୍ୟରେ 6 ଜିବି ରାମ ସମେତ 128 ଜିବି ଷ୍ଟୋରେଜ ଭେରିୟାଣ୍ଟ ବି ମିଳିଯିବ ।  ଯେବେକି OnePlus Nord Budsର ମୂଲ୍ୟ 2 ହଜାର 999 ଟଙ୍କା ରଖାଯାଇଥିବା ନେଇ ଜଣାଯାଇଛି ।

OnePlus Nord CE2 Lite 5G ରେ 5000mAh ବ୍ୟାଟେରୀ ମିଳିବ ଯେଉଁଥିରେ 33W SUPERVOOC ରା଼ପିଡ଼ ଚାରଜିଙ୍ଗର ସପୋର୍ଟ ମିଳିବ ।  ଏହି ଚାର୍ଜରକୁ ନେଇ ଦାବି କରାଯାଉଛିକି ମାତ୍ର ୩୦ ମିନିଟ ଭିତରେ ଏହାର ବ୍ୟାଟେରୀ ୫୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଯିବ । OnePlus Nord CE2 Lite 5Gର ବିକ୍ରି ଆମାଜନ ଇଣ୍ଡିଆରୁ କରାଯିବ ।  କମ୍ପାନୀ ଟିଜର ସହ ଫୋନର ସିକ୍ରେଟ ବି ଜାରି କରିଛି ।  OnePlus Nord CE2 Lite 5G ସହ OnePlus 10R 5G ଓ OnePlus Ace କୁ ବି ଲଞ୍ଚ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.