Below header

ଆଜି ସୁରୁଖୁରରେ ଚାଲିଥିଲା ବିଧାନସଭା ପ୍ରଶ୍ନକାଳ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ନେଇ କରାଯାଇଛି ଆଲୋଚନା

ଭୁବନେଶ୍ବର: ଆଜି ସୁରୁଖୁରରେ ଚାଲିଥିଲା ବିଧାନସଭା ପ୍ରଶ୍ନକାଳ । ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଉପରେ ଆଲୋଚନା ହୋଇଛି । ବର୍ତ୍ତମାନ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ନଥିବା ଗୃହରେ ବିବୃତ୍ତି ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ଓଡ଼ିଶାର ୬ଟି ଉପକୂଳ ଜିଲ୍ଲା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ ୬୯୪ଟି ବହୁମୁଖୀ ଆଶ୍ରୟସ୍ଥଳୀ OSDAM ପକ୍ଷରୁ ନିର୍ମାଣ କରିଛନ୍ତି ରାଜ୍ୟ ସରକାର ।

ସେହିପରି ୬୫ଟି ଆଶ୍ରୟ ସ୍ଥଳ ରେଡକ୍ରସ୍‌ ପକ୍ଷରୁ ନିର୍ମାଣ କରାଯାଇଛି । ମୋଟ୍‌ ୭୫୯ଟି ବହୁମୁଖୀ ଆଶ୍ରୟସ୍ଥଳୀ ଓଡ଼ିଶାରେ ରହିଛି । ପଞ୍ଚାୟତସ୍ତରୀୟ ଭିତ୍ତରେ ଭାଙ୍ଗିଯାଇଥିବା ଆଶ୍ରୟସ୍ଥଳୀ ଗୁଡ଼ିକର ମରାମତି କରାଯାଇଛି । ବାକି ସବୁର ଯାଞ୍ଚ କରାଯାଉଛି । ରିପୋର୍ଟ ଆସିଲେ ମରାମତି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ପ୍ରଶ୍ନକାଳରେ କହିବାକୁ ସୁଯୋଗ ନିମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ । ୧୩ ତାରିଖରୁ ଆଜି ଯାଏଁ ସୁଯୋଗ ମିଳିନାହିଁ । ଆମେ ବିଧାନସଭା ଆସିବୁ କାହିଁକି ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି । ସେହିପରି ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.