Below header

ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଜଣେ ବିଧାନସଭା କର୍ମଚାରୀ, ଆସନ୍ତା ୩୦ଯାଏ ଲୋକସେବା ଭବନରେ ବସିବ ବିଧାନସଭା

ଭୁବନେଶ୍ବର: ଲୋକସେବା ଭବନରେ ବସିବ ବିଧାନସଭା । ଆସନ୍ତା ୩୦ ତାରିଖରେ ଲୋକସେବା ଭବନରେ ବିଧାନସଭା ବସିବ । ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ତେଣୁ ବିଧାନସଭା ପରିବର୍ତ୍ତେ ଲୋକସେବା ଭବନରେ ବିଧାନସଭା ବସିବ । ସବୁ ଦଳର ୩୦ ପ୍ରତିଶତ ବିଧାୟକ ଯୋଗଦେବାକୁ ଅନୁରୋଧ କରାଯାଇଛି । ବିଧାୟକମାନେ ଦୁଇ ମିଟର ଦୂରରେ ବସିବେ, ସେଥିପାଇଁ ୩୦ ପ୍ରତିଶତ ବିଧାୟକ ଆସିବା ପାଇଁ କୁହାଯାଇଛି । ତୃତୀୟ କରୋନା ଆକ୍ରାନ୍ତ ବିଧାନସଭାର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧ ରଖାଯିବ । ଏହା ସହ ବିଧାନସଭା ବିଲଡିଂକୁ ଡିସ୍‌ଇନ୍‌ଫେକ୍‌ସନ୍‌ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.