Below header

ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ ଓ ମୋହନ ଚରଣ ମାଝୀ ହେଲେ ବିରୋଧୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ବର(କେନ୍ୟୁଜ୍): ଧାମନଗର ବିଧାୟକ ବିଷ୍ଣୁ ସେଠୀ ହେଲେ ବିଜେପି ବିଧାୟକ ଦଳ ଉପନେତା । ସେହିପରି ମୋହନ ଚରଣ ମାଝୀ ବିରୋଧୀ ଦଳ ମୁଖ୍ୟ ସଚେତକ ହୋଇଛନ୍ତି । ମୋହନ ମାଝୀ ବିଧାୟକ ଭାବେ ତୃତୀୟ ଥର ଓ ବିଷ୍ଣୁ ସେଠୀ ଦ୍ୱିତୀୟ ଥର ବିଧାୟକ ହୋଇଛନ୍ତି । ବିଜେପି-ବିଜେଡି ମେଣ୍ଟ ସରକାରରେ ମୋହନ ମାଝୀ ଉପ ମୁଖ୍ୟ ସଚେତକ ରହିଥିଲେ ।

charanବିଧାନସଭାରେ ବିଜେପିର ଏବେ ୨୩ ବିଧାୟକ ଅଛନ୍ତି । ପ୍ରଥମ ଥର ପାଇଁ ବିଜେପିକୁ ବିରୋଧ ଦଳ ନେତା ଆସନ ମିଳିଛି । ନିକଟରେ ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ଭାବେ ନିଯୁକ୍ତି ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.