ନାଇଜେରିଆରେ ଜଳଦସ୍ୟୁଙ୍କ କବଳରୁ ମୁକୁଳିଲେ ଓଡ଼ିଆ ନାବିକ ସୁଦୀପ ଚୌଧୁରୀ

ନାଇଜେରିଆ(କେନ୍ୟୁଜ୍) : ନାଇଜେରିଆରେ ଜଳଦସ୍ୟୁଙ୍କ କବଳରୁ ମୁକୁଳିଲେ ଓଡ଼ିଆ ନାବିକ ସୁଦୀପ ଚୌଧୁରୀ। ତାଙ୍କ ସହ ଅନ୍ୟ ୪ ଜଣ ବି ଅପହର୍ତ୍ତାଙ୍କ କବଳରୁ ମୁକ୍ତି ପାଇଛନ୍ତି। ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଭ ମାଣ୍ଡଭ୍ୟା। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ, ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଓ ନାଇଜେରିଆରେ ଅବସ୍ଥାପିତ ଭାରତୀୟ ଦୂତାବାସଙ୍କ ମିଳିତ ଉଦ୍ୟମରେ ସମସ୍ତଙ୍କୁ ସୁରକ୍ଷିତ ଭାବରେ ମୁକ୍ତ କରାଯାଇଛି। ଗତ ୨୭ ତାରିଖରେ ୫ ଭାରତୀୟ ନାବିକଙ୍କୁ ମୁକୁଳା ଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା। ଗତ ଏପ୍ରିଲ ୧୯ ତାରିଖରେ ସୁଦୀପଙ୍କ ସହ ଅନ୍ୟ ୪ ଜଣ ନାବିକଙ୍କୁ ନାଇଜେରିଆ ଜଳଦସ୍ୟୁ ଅପହରଣ କରି ନେଇଥିଲେ। ଏନେଇ ପୂର୍ବରୁ ସୁଦୀପଙ୍କ ପତ୍ନୀ ଭାଗ୍ୟଶ୍ରୀ ଦାସ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ଵିଟ୍‌ କରି ୫ ଜଣଙ୍କର ମୁକ୍ତି ନେଇ ଅନୁରୋଧ କରିଥିଲେ। ଏଦିଗରେ ଆବଶ୍ୟକ ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.