ଲଣ୍ଡନ: ଜୀବନରେ ଇଚ୍ଛାର କୌଣସି ଶେଷ ନଥାଏ। ପ୍ରତ୍ୟେକ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ନିଜର ଅଧୁରା ଇଚ୍ଛାକୁ ପୂରଣ କରିବାକୁ ଚାହିଁଥାନ୍ତି। କିନ୍ତୁ ଆପଣ କେବେ ଶୁଣିଛନ୍ତି କି କାହାର ଶେଷ ଇଚ୍ଛା ଗିରଫ ହେବା ପାଇଁ ଥାଏ। ଆଜ୍ଞା ହଁ ଏକତା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ବ୍ରିଟେନରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଏଠାରେ ଜଣେ ୯୩ ବର୍ଷିୟ ମହିଳାଙ୍କ ଇଚ୍ଛା ଥିଲା ସେ ମୃତ୍ୟୁ ପୂର୍ବରୁ ଥରେ ପୋଲି ସ ଦ୍ବାରା ଗିରଫ ହୁଅନ୍ତୁ। ଏହା ଜାଣିବା ପରେ ପୋଲିସ ମଧ୍ୟ ମହିଳାଙ୍କର ଇଚ୍ଛା ପୂରଣ କରିବା ପାଇଁ ତାଙ୍କୁ ଗିରଫ କରିଛି।