ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ, ପାସ୍ ହୋଇଛନ୍ତି ୮ ହଜାର ୪୬୦ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ । ୮ ହଜାର ୪୬୦ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ଅଫ୍ଲାଇନ ରେଜଲ୍ଟରେ ପାସ୍ ହାର ରହିଛି ୬୮.୬୬ ପ୍ରତିଶତ । ମୋଟ ୧୨ ହଜାର ୩୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
ବିଜ୍ଞାନରେ ୧ ହଜାର ୫୦୧ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । କଳାରେ ୬ ହଜାର ୩୧୦ ଓ ବାଣିଜ୍ୟରେ ୪୨୨ ଜଣ ପାସ୍ କରିଛନ୍ତି । ଧନ୍ଦାମୂଳକ ପରୀକ୍ଷାରେ ପାସ୍ କରିଛନ୍ତି ୨୨୭ ପରୀକ୍ଷାର୍ଥୀ । www.orissaresults.nic.inରେ ରେଜଲ୍ଟ ଉପଲବ୍ଧ ହେଉଛି ।