Below header

ମାତ୍ର ଦଶ ପ୍ରତିଶତ ଲୋକଙ୍କ ଭୁଲ ପାଇଁ ୧୦୦ ଗୁଣା ବଢିପାରେ କରୋନା, ସତର୍କ ରୁହନ୍ତୁ ସରକାରଙ୍କୁ ସହଯୋଗ କରନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । କିଛି ସମୟ ତଳେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଗତ ଦଶ ଦିନ ତଳେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୬୧ ଥିଲା । ଏବେ ଦୁଇ ଗୁଣା ବଢ଼ି ଗଲାଣି । କିନ୍ତୁ ଡରିବାର କିଛି ନାହିଁ । ଆମେ ସାବଧାନ ରହିଲେ ବିପଦକୁ ଏଡାଇ ପାରିବା । ଏଥିପାଇଁ ତିନିଟି ଆହ୍ଵାନ ବିଷୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡ଼ିଆ ଭାଇ ଭଉଣୀଙ୍କ ଯତ୍ନ ନେବା । ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ସେମାନଙ୍କର ପଞ୍ଜିକରଣ ଆରମ୍ଭ କଲା । ସେତେବେଳେ ସରକାରଙ୍କୁ ସହଯୋଗ କରିବାକୁ ମୁଁ ଆପଣମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲା । ସେତେବେଳେ ଆପଣମାନେ ସହଯୋଗ କରିଥିଲେ ।

 

corona case

ତାପରେ ଚ୍ୟାଲେଞ୍ଜ ହେଲା ନିଜାମୁଦ୍ଦିନରୁ ଫେରୁଥିବା ବନ୍ଧୁମାନଙ୍କର ଠିକରେ ଯନ୍ମ ନେବା । ସେତେବେଳେ ମୋ ଅନୁରୋଧରେ ଆପଣମାନେ ସହଯୋଗ କଲେ । ଏବେ ବି ଆମେ ପରିସ୍ଥିତିକୁ ନିୟନ୍ତ୍ର କରି ପାରିବା । ତୃତୀୟ ଆହ୍ଵାନ ହେଉଛି ପଶ୍ଚିମବଙ୍ଗରୁ ଫେରନ୍ତାଙ୍କ ଯତ୍ନ ନେବା । ସେଠାରୁ କେବଳ ୫୦ ଜଣ ଫେରିଛନ୍ତି । ଆପଣମାନଙ୍କ ସହଯୋଗରେ ପରିସ୍ଥିତିକୁ ମୁକାବିଲା କରାଯାଇଛି । ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଦେଶର ସବୁଠାରୁ ସଂକ୍ରିମତ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ, ପଶ୍ଚିମବଙ୍ଗରୁ ବହୁ ଓଡ଼ିଆ ଭାଇ ଭୁଣୀ ଓଡ଼ିଶା ଫେରିବେ । ସେମାନେ ଆମ ଘର ଲୋକ । ବିପଦ ସମୟରେ ମାଆ ଓ ମାତୃଭୂମି ଆଗ ମନକୁ ଆସିଥାଏ । ସେମାନେ ସମସ୍ତେ ଆମ ପିଲାଛୁଆ, ଭାଇ ଭଉଣୀ । ସେମାନଙ୍କର ଯତ୍ନ ନେବା ଆମ ଦାୟିତ୍ୱ ।

Of 74 COVID-19 positive cases in Odisha, 24 have travel history to ...

ବାହାର ଲୋକ ଆସିଲେ ପଜିଟିଭ ସଂଖ୍ୟା ବଢ଼ିବ । କିନ୍ତୁ ପରିସ୍ଥିତିତ ନିୟନ୍ତ୍ରଣରେ ରହି ପାରିବ । ଯଦି ଆପଣମାନେ ସରକାରକୁ ପୂରା ସହଯୋଗ ଦେବେ । ଆମେ ସାବଧାନ ରହିବା । ଧୈର୍ଯ୍ୟ ରଖିବା । ବାହାରୁ ଫେରୁଥିବା ଲୋକଙ୍କ ପଞ୍ଜିକରଣ କରିବା । ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବାରେ ସରକାରଙ୍କୁ ପୂରା ସହଯୋଗ କରିବା । ଏହାଦ୍ୱାରା ସେମାନେ ସୁସ୍ଥ ରହିବେ । ଆମ ପରିବାର, ଗାଁ ଓ ସମାଜ ମଧ୍ୟ ସୁସ୍ଥ ରହିବ । ଆପଣମାନଙ୍କପ ଟିକିଏ ହେଳା, ସମସ୍ତଙ୍କୁ ବିପଦରେ ପକାଇ ଦେଇପାରେ । ୧୦ ପ୍ରତିଶତ ଲୋକଙ୍କୁ ଭୁଲ ଦ୍ୱାରା ସମସ୍ୟା ଶହେ ଗୁଣ ବଢ଼ିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.