Below header

ଖୋଲିଲା ରାଜ୍ୟର ଅନ୍ୟତମ ବୃହତ ପରିବା ବଜାର ବାରବାଟୀ ମାର୍କେଟ୍‌,ପ୍ରତିଦିନ ସକାଳ ୫ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ହାଟ

ଯାଜପୁର (କେନ୍ୟୁଜ): ସପ୍ତାହକ ପରେ ଖୋଲିଲା ରାଜ୍ୟର ଅନ୍ୟତମ ବୃହତ ପରିବା ବଜାର ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ବାରବାଟୀ ହାଟ । ଜିଲ୍ଲାରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବାରବାଟୀ ପରିବା ବଜାରକୁ ବନ୍ଦ ରଖିଥିଲା । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ଏଠାରେ ୧୪୪ଧାରା ଜାରି କରାଯାଇଥିଲା ।

ଜିଲ୍ଲାରେ ସଟଡାଉନ ଜାରି ହେବା ପୂର୍ବରୁ ଏକ ସପ୍ତାହ ହେବ ଏହି ପରିବା ବଜାର ବନ୍ଦ ରହିବା ଫଳରେ ଅଂଚଳର ଚାଷୀମାନେ ବିଶେଷଭାବରେ କ୍ଷତିଗ୍ରସ୍ତ ହୋଇଥିଲେ । ଚାଷୀମାନଙ୍କ ସ୍ୱାର୍ଥକୁ ବିଚାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବା ବଜାରକୁ ଖୋଲିବା ପାଇଁ ଅନୁମତି ମିଳିଛି । ଫଳରେ ଆଜି ଠାରୁ ହାଟ ନିର୍ଦ୍ଧାରିତ ସ୍ଥାନରେ ଆରମ୍ଭ ହୋଇଛି ।

ପ୍ରତିଦିନ ସକାଳ ୫ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ହାଟ ଖୋଲା ରହିବ । ଏହି ସମୟରେ ବାହାର ରାଜ୍ୟର ଗାଡି ସହ ଜିଲ୍ଲାର କଂଟେନମେଂଟ୍ ଅଂଚଳର ଚାଷୀ ଓ ବ୍ୟବସାୟୀଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି । ଏଥିସହ ଚାଷୀ ଓ ବ୍ୟବାସାୟୀମାନେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.