୪ ଏନଜିଓ ସହ ମିଶି ୧୦୦ କୋଟି ଟଙ୍କା ସଂଗ୍ରହ କରୁଛି ଆମାଜନ, କରୋନା ସହ ଲଢ଼ିବାକୁ ଦେବ ଏହି ଅର୍ଥ

ଅନଲାଇନ ରିଟେଲ କାରବାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆମାଜନ ଇଣ୍ଡିଆ କୋଭିଡ-୧୯ ସହ ଲଢ଼ିବା ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ୪ଟି ଏନଜିଓ ସହ ହାତ ମିଳାଇଛି। ଏହି ସଂଗଠନ ମଧ୍ୟରେ ହାବିଟେଟ ଫାର ହ୍ୟୁମିନିଟି ଇଣ୍ଡିଆ, ୟୁନାଇଟେଡ ୱେ ଇଣ୍ଡିଆ, ଆକ୍ସଫେମ ଇଣ୍ଡିଆ ଓ ଅକ୍ଷୟ ପାତ୍ର ରହିଛି।

Governor Northam Announces Amazon to Build Two State-of-the-Art ...

ଏନେଇ ଆମାଜନ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଆମ ଲକ୍ଷ୍ୟ ସରକାରଙ୍କୁ କମ ସେ କମ ୧୦୦ କୋଟି ଟଙ୍କା ସାହାଯ୍ୟ କରିବା। ଏଥିସହ କମ୍ପାନୀ ନିଜ ଭାରତୀୟ ଗ୍ରାହକ ଓ ୬୫ ହଜାରରୁ ଊର୍ଦ୍ଧ୍ଵ କର୍ମଚାରୀଙ୍କୁ ମଧ୍ୟ ସାହାଯ୍ୟ କରିବ ବୋଲି କହିଛି। ଏହି ଅର୍ଥରୁ କିଛି ସେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ମଧ୍ୟ ଦାନ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଏହାବ୍ୟତୀତ ୪ଟି ଏନଜିଓ ମାଧ୍ୟମରେ ଆମାଜନ ସାଧାରଣ ଲୋକଙ୍କୁ ସାହାଯ୍ୟ କରିପାରିବ ବୋଲି ସୂଚନା ଦେଇଛି।

Coronavirus phishing e-mails look like they're from the CDC ...

ଆମାଜନ କହିଛି ଯେ ଆମେ ଆମ ଗ୍ରାହକଙ୍କ ଦ୍ୱାରା ଦିଆଯାଇଥିବା ଡୋନେସନ ଉପରେ ଆଉ ୧୦ ପ୍ରତିଶତ ଦେବୁ। ଏଥିସହ କର୍ମଚାରୀମାନେ ମଧ୍ୟ ସମାନ ଯୋଗଦାନ କରିବେ। ଏହି ଜଟିଳ ପରିସ୍ଥିତିରେ ଆମେ ଲୋକଙ୍କ ସହାୟତା ପାଇଁ ୧୦୦ କୋଟି ସଂଗ୍ରହ କରିପାରିବୁ ବୋଲି ଆଶା କରୁଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.