ଏକାସାଙ୍ଗରେ ୬ଟି ସିଂହ ଜିରାଫ ଉପରକୁ କଲେ ଆକ୍ରମଣ, ତା’ ପରେ କ’ଣ ଘଟିଲା ଦେଖନ୍ତୁ ଭିଡିଓ

ଯଦି ଜୀବନରେ କୌଣସି ଅସୁବିଧାର ସାମ୍ନା ନ କରିପାରି ହାର ମାନିଛନ୍ତି, ତେବେ ଏହି ଭିଡିଓରେ ଜିରାଫକୁ ଦେଖନ୍ତୁ। ଯାହା ଆପଣଙ୍କ ଜୀବନରେ ଜୋସ୍‌ ଭରିଦେବ। ଏହି ଭିଡିଓରେ ୬ଟି ସିଂହ ଗୋଟେ ଜିରାଫକୁ ଆକ୍ରମଣ କରୁଥିବାର ନଜର ଆସୁଛନ୍ତି, କିନ୍ତୁ ଜିରାଫ ହାର ମାନିନାହିଁ। ନିଜ ଜୀବନକୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ ଚେଷ୍ଟାକରି ଶେଷରେ ସଫଳ ହୋଇଛି। ଏହି ଭିଡିଓକୁ ଟ୍ଵିଟରରେ ନୋବେଦ ଟ୍ରମ୍ବା ଆଇଆରଏସ ସେୟାର କରିଛନ୍ତି।

ଏହି ଭିଡିଓକୁ ବହୁଳ ମାତ୍ରାରେ ସେୟାର କରାଯାଇଛି। ତେଣୁ ଆପଣ ମଧ୍ୟ ଏହି ଭିଡିଓ ଦେଖି ସବୁବେଳେ ଜିରାଫ ଭଳି ନିଜକୁ କିଭଳି ରକ୍ଷା କରିପାରିବେ ତାହା ଶିଖିଯାଆନ୍ତୁ। କେବେ ବି କଠିନ ସମୟରେ ହାର ମାନନ୍ତୁ ନାହିଁ, ଧେର୍ଯ୍ୟର ସହିତ ଅସୁବିଧାର ସାମ୍ନା କରନ୍ତୁ। ଏହି ଭିଡିଓରେ ଗୋଟେ ସିଂହ ଜିରାଫର ଗୋଡକୁ ଧରିଥିବା ବେଳେ ଅନ୍ୟ ସିଂହ ଆଉ ଗୋଟେ ଗୋଡକୁ ଧରିଛି। ଆଉ ଏକ ସିଂହ ଜିରାଫ ଉପରେ ଚଢି ତାର ବେକକୁ କାମୁଡିବା ଚେଷ୍ଟା କରୁଥିବା ନଜର ଆସିଛି। ଏପରି ସ୍ଥିତିରେ ମଧ୍ୟ ଜିରାଫ ତଳେ ପଡୁନାହିଁ। ଶେଷରେ ସିଂଗୁଡିକ ହାର ମାନି ଫେରିଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.