Below header

ପୂରଣ ହେବ କି ଓଡ଼ିଶାର ଆଶା? ରେଳବାଇର ବିକାଶ ପାଇଁ ୭,୬୦୦ କୋଟିର ଦାବି

କେନ୍ଯୁଜ୍: ଆର୍ଥିକ ବର୍ଷ ୨୦୨୨-୨୩ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାରି ଉପରେ ଓଡ଼ିଶାବାସୀଙ୍କ ନଜର ରହିଛି । ନିର୍ଦ୍ଦିଷ୍ଟ ଭାବେ ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୯ଟି ପ୍ରସଙ୍ଗରେ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ଏହା ମଧ୍ୟରେ ରେଳ, ଅର୍ଥନୈତିକ ଅର୍ନ୍ତମୁଖୀତା, ଟେଲି ଭିତ୍ତିଭୂମି, ଜାତୀୟ ରାଜପଥ ସୁରକ୍ଷା, ଶକ୍ତି, ସେସ୍‌ ଓ ସରଚାର୍ଜ, GST ବକେୟା ଏବଂ ଚାଉଳ ଉଠାଣ ଓ ସବସିଡି ପ୍ରଦାନ ନେଇ କେନ୍ଦ୍ର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ରେଳବାଇର ବିକାଶ ପାଇଁ ରାଜ୍ୟ ପକ୍ଷରୁ ଦଆଯାଇଛି ୭ ହଜାର ୬୦୦ କୋଟିର ପ୍ରସ୍ତାବ ।

ପାରଳାଖେମୁଣ୍ଡି ଓ ଅନୁଗୁଳରେ ନୂଆ ରେଲେଓ୍ଵ ରୟାକ୍‌ ପଏଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଛି ।ମୋବାଇଲ ଟାଓ୍ଵାର ଓ ଟେଲି ଯୋଗାଯୋଗ ପାଇଁ ୯୦୦ କୋଟି ଟଙ୍କା ପ୍ରଦାନ ପାଇଁ ଦାବି କରାଯାଇଛି । ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ ୨୫ ହଜାର କୋଟି ଟଙ୍କା ପାଇଁ ଦାବି କରିଛି ରାଜ୍ୟ । RIDF ବାବଦକୁ ୫ ହଜାର କୋଟି ଟଙ୍କା ମିଳିବା ନେଇ ଆଶା ରଖିଛି ଓଡ଼ିଶା ।ରେଳବାଇ କ୍ଷେତ୍ରରେ ନିର୍ମଳାଙ୍କ ବଜେଟ ପେଡିରେ ଓଡ଼ିଶାକୁ ପ୍ରାପ୍ୟ ମିଳୁଛି ନା ନାହିଁ, ତାରି ଉପରେ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.