Below header

ବେଙ୍ଗାଲୁରୁରେ ପାଳିତ ହେଲା ଓଡ଼ିଶା ଦିବସ, ଓଡ଼ିଶା ମିଠା ଓ ଦହିବରା ଆଳୁଦମ୍‌ର ସ୍ୱାଦ ନେଲେ ପ୍ରବାସୀ

ବେଙ୍ଗାଲୁରୁ (କେନ୍ୟୁଜ୍‌) : ବେଙ୍ଗାଲୁରୁ ଠାରେ ପାଳିତ ହୋଇ ଯାଇଛି ଓଡ଼ିଶାର ଦିବସ । ବେଙ୍ଗାଲୁରୁ ଏଚ ଆର ଲେଆଉଅଟ ଜିଆଇ ଟ୍ୟାଗ ପରିସରରେ ଏହି ଦିବସ ପାଳିତ ହୋଇଛି । ଜିଆଇ ଟ୍ୟାଗର ସିଇଓ ଶ୍ରୀ ତେଜସ , ଓଡିତା ଟ୍ରଷ୍ଟ ଅନିତା ସାବତ ଓ ଛପନ ଭୋଗର ମିଳିତ ସହଯୋଗରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସର ପ୍ରାପ୍ତ ଆଇଏଏସ ଅଫିସର ଏସ୍‌କେ ପଟ୍ଟନାୟକ, ଜିଆଇ ଟ୍ୟାଗର ସିଏମଡି ଏସଏନ ଜୟରାମ, ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ, ଛପନ ଭୋଗ ଡାଇରେକ୍ଟର ସତ୍ୟ ବ୍ରତ ମହାନ୍ତି ଓ ପ୍ରସନ୍ନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୁନି ପ୍ରତିଭା ଦିବ୍ୟଶ୍ରୀଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପତିବେଷିତ ହୋଇଥିଲା ।

ଏହି ଅବସରରେ ଭୁବନେଶ୍ୱରର ଛପନ ଭୋଗ ପକ୍ଷରୁ ଦିଆଯାଇଥିବା ଓଡ଼ିଶାର ସୁସ୍ୱାଦୁ ମିଠା ସହ ଦହିବାର ଆଳୁଦମ ପ୍ରବସୀ ଓ ଉପସ୍ଥିତ ଲୋକମାନଙ୍କୁ ବେଶ ପସନ୍ଦ ଆସିଥିଲା। କାର୍ଯ୍ୟକ୍ରମରେ ବହୁ ଓଡ଼ିଆ ଯୋଗ ଦେଇ ଓଡ଼ିଶା ଦିବସ ପାଳନ କରି ବେଶ ଖୁସି ଥିବା କହିଛନ୍ତି । ଜିଆଇ ଟ୍ୟାଗର ସିଇଓଙ୍କର ପ୍ରୟାସ ଦ୍ୱାରା ଓଡ଼ିଶାର ଦିବସ ବାହାର ରାଜ୍ୟ କାର୍ଣ୍ଣାଟକରେ ପାଳନ କରି ପାରିଥିବାରୁ ଅନିତା ସାବତ ଧନ୍ୟବାଦ ଜଣାଇଛନ୍ତି ।

 

BENGALURU-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.