ବିଧାନସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ, ରାଜ୍ୟରେ ହ୍ରାସ ପାଇଛି ଅଭିବୃଦ୍ଧି ହାର

ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟ ବଜେଟ୍‌ । ଏହା ପୂର୍ବରୁ ବିଧାନସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟରେ ହ୍ରାସ ପାଇଛି ଅଭିବୃଦ୍ଧି ହାର । ଚଳିତବର୍ଷ ଅଭିବୃଦ୍ଧି ହାର ୬.୧୬% ରହିବା ଅନୁମାନ କରାଯାଉଛି । ବାତ୍ୟା ଯୋଗୁ କୃଷି ଉତ୍ପାଦନ କମିଥିବାରୁ GSDP ହ୍ରାସ ହୋଇଥିବା ଉଲ୍ଲେଖ ରହିଛି । ଖଣିଜ କାରବାର ମାନ୍ଦା ଯୋଗୁ GSDP କମିଥିବା ଉଲ୍ଲେଖ ରହିଛି । ଗତବର୍ଷ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ୭.୯୦% ଥିଲା । ତେବେ ଦେଶରେ ଅଭିବୃଦ୍ଧି ହାର ୫ ପ୍ରତିଶତ ଥିବା ବେଳେ ରାଜ୍ୟରେ ୬.୧୬% ରହିଛି । ଦେଶ ତୁଳନାରେ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ରହିଛି ।

Leave A Reply

Your email address will not be published.