ଟେଷ୍ଟ ସିରିଜ୍ ପାଇଁ ଟିମ୍ ଘୋଷଣା କଲା ନ୍ୟୁଜ୍ଲ୍ୟାଣ୍ଡ, ଭାରତ ବିପକ୍ଷରେ ଖେଳିବା ପାଇଁ ଫେରିଲେ ଟ୍ରେଣ୍ଟ ବୋଲ୍ଟ
ଭାରତ ବିପକ୍ଷରେ ହେବାକୁ ଥିବା ଦୁଇଟି ମ୍ୟାଚର ଟେଷ୍ଟ ସିରିଜ୍ ପାଇଁ ନ୍ୟୁଜ୍ଲ୍ୟାଣ୍ଡ ନିଜର ଟିମ୍ ଘୋଷଣା କରିସାରିଛି। ସୂଚନା ମୁତାବକ ଟିମ୍ରେ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ପୂନର୍ବାର ସାମିଲ ହୋଇଥିବା ବେଳେ ମିଚେଲ ସୈଟନରଙ୍କ ସ୍ଥାନରେ ବାମ ହାତର ସ୍ପିନର ଏଜାଜ ପଟେଲଙ୍କୁ ସାମିଲ କରାଯାଇଛି। ଏହାବ୍ୟତୀତ ଦିନିକିଆ ସିରିଜ୍ ରେ ଭାରତ ବିପକ୍ଷରେ ସାନ୍ଦାର ପ୍ରଦର୍ଶନ କରୁଥିବା ଯୁବ ପେସ୍ ବୋଲର୍ କାଇଲ ଜୈମିସନଙ୍କୁ ମଧ୍ୟ ପ୍ରଥମ ଥର ଟେଷ୍ଟ ଟିମ୍ ରେ ସାମିଲ କରାଯାଇଛି।
ରିପୋର୍ଟ ଅନୁଯାୟୀ ଦୁଇ ଟିମ୍୨୧ ରୁ ୨୫ ଫେବୃଆରୀ ପର୍ଯ୍ୟନ୍ତ େଓ୍ଵଲିଙ୍ଗଟନ୍ରେ ପ୍ରଥମ ଏବଂ ୨୯ ଫେବୃଆରୀରୁ ୪ ମାର୍ଚ୍ଚ ପର୍ଯ୍ୟନ୍ତ ଖ୍ରୀଷ୍ଟଚର୍ଚ୍ଚରେ ଦ୍ୱିତୀୟ ଟେଷ୍ଟ ମାଚ୍ୟ ଖେଳିବେ। ଏହାପୂର୍ବରୁ ଯେଉଁଠି ଭାରତ ଟି-୨୦ ସିରିଜ୍ ରେ ୫-୦ ରେ କ୍ଲିନସ୍ୱିପ୍ କରିଥିଲା ସେହି ଦିନିକିଆ ସିରିଜ୍ରେ ନ୍ୟୁଜ୍ଲ୍ୟାଣ୍ଡ ଟିମ୍ ଇଣ୍ଡିଆକୁ ୩-୦ ରେ ହରାଇ ଥିଲା।