ଜାତିର ପିତା ମହାତ୍ମାଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ମହାତ୍ମାଗାନ୍ଧୀଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ କରିଛନ୍ତି। ସେ ପଚାରିଛନ୍ତି ଯେ କାହିଁକି ଗାନ୍ଧୀଜୀଙ୍କ ଶବ ବ୍ୟବଚ୍ଛେଦ ହୋଇନଥିଲା? ଏଣୁ ବାପୁଙ୍କ ହତ୍ୟାର ପୂଣି ଥରେ ନୂଆ ରୂପରେ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ଏଥିସହ ସେ କହିଛନ୍ତି ବାପୁକୁ ନାଥୁରାମ ଗଡସେ ଗୁଳି ମାରିଥିବା ନେଇ ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ ହୋଇନାହିଁ।
1st question: Why no post mortem or autopsy on Gandhiji’s body? 2nd : Why Abha and Manu as direct eyewitnesses not questioned in court? 3rd: How many empty chambers in Godse’s revolver? Italian revolver “untraceable”!! Why? We need to re-open the case
— Subramanian Swamy (@Swamy39) February 16, 2020
ସ୍ୱାମୀ ଟ୍ଵିଟ୍ କରି କହିଛନ୍ତି ଯେ ‘ପ୍ରଥମ ପ୍ରଶ୍ନ: ଗାନ୍ଧୀଜୀଙ୍କ ଶବର ପୋଷ୍ଟମର୍ଟମ୍ କିମ୍ବା ଓଟୋପ୍ସି କାହିଁକି କରାଯାଇନଥିଲା? ଦ୍ୱିତୀୟ: ଆଭା ଓ ମନୁଙ୍କୁ ପ୍ରତ୍ୟକ୍ଷଦର୍ଶୀ ରୂପେ କୋର୍ଟରେ କାହିଁକି ପଚରାଉଚରା କରାଯାଇନଥିଲା? ତୃତୀୟ: ଗଡ୍ସେଙ୍କ ରିଭଲବରରେ କେତୋଟି ଚାମ୍ବର ରହିଛି। ‘ଇଟାଲିୟନ୍ ରିଭଲବର ବିଷୟରେ ଜଣାପଡ଼ିନାହିଁ’! କାହିଁକି? ଆମକୁ ପୁଣି ଥରେ ଏହି କେସ୍କୁ ଖୋଲିବାକୁ ପଡ଼ିବ।’
ସ୍ୱାମୀ ଆଉ ଏକ ଟ୍ଵିଟ୍ରେ କହିଛନ୍ତି ‘ଆସୋସିଏଟ୍ ପ୍ରେସ୍ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲିଷ୍ଟର ପୃଷ୍ଠା ୫୨ର ବୟାନ: ସେ ସନ୍ଧ୍ୟା ୫.୦୫ରେ ଚାରିଟି ସଟ୍ ଶୁଣିଥିଲେ (ତିନିଟି ନୁହେଁ, ଯାହା ପବ୍ଲିକ୍ ପ୍ରୋସିକ୍ୟୁଟର ପରେ କୋର୍ଟରେ କହିଥିଲେ)। ଗଡ୍ସେ ଦେଖାଥିଲେ ଯେ ସେ କେବଳ ୨ଥର ଫାୟାର କରିଥିଲେ। ସମ୍ପୃକ୍ତ ଏପିଆଇ ସାମ୍ବାଦିକ କହିଥିଲେ ଯେ ସନ୍ଧ୍ୟା ୫.୪୦ରେ ବିର୍ଲା ହାଉସ୍ରେ ଗାନ୍ଧୀଙ୍କୁ ମୃତ ଘୋଷିତ କରାଯାଇଥିଲା। ଅର୍ଥାତ୍ ୩୫ ମିନିଟ୍ ପର୍ଯ୍ୟନ୍ତ ସେ ଜୀବିତ ଥିଲେ।’
Page 52 quotes Associated Press International journo: he heard at 5.05 pm 4 shots [not 3 as PP in Court later told court]. Godse deposed he fired only 2. Same API journalist said Gandhi declared dead in Birla House at 5.40PM i.e., he was alive for 35 mins.
— Subramanian Swamy (@Swamy39) February 16, 2020
ସୂଚନାଯୋଗ୍ୟ ଯେ ୨୦୧୯ ମସିହାରେ ସୁପ୍ରିମ୍କୋର୍ଟ ଗାନ୍ଧୀଜୀଙ୍କ ହତ୍ୟାର ପୁନଃ ଯାଞ୍ଚ ପାଇଁ କରାଯାଇଥିବା ଏକ ପିଟିସନ୍କୁ ଖାରଜ କରିଦେଇଥିଲେ। ଏହି ପିଟିସନ୍କୁ ୨୦୧୭ ମସିହାରେ ଜଣେ ଆଇଟି ପ୍ରଫେସନାଲ ଡା.ପଙ୍କଜ କୁମୁଦଚନ୍ଦ୍ର ଫଡନିସ୍ ଦାୟର କରିଥିଲେ। ପିଟିସନ୍ରେ କୁହାଯାଇଥିଲା ଯେ ହତ୍ୟାର ତଦନ୍ତର ଆବଶ୍ୟକତା ରହିଛି, କାରଣ ଗାନ୍ଧୀଜୀଙ୍କ ହତ୍ୟା ପାଇଁ ନାଥୁରାମ ଗଡ୍ସେ ଚତୁର୍ଥ ଗୁଳି ଚଳାଇଥିଲେ କି ନାହିଁ ତାହା ଅସ୍ପଷ୍ଟ ରହିଛି।
ପିଟିସନ୍ରେ ଆହୁରି ମଧ୍ୟ କୁହାଯାଇଥିଲା ଯେ ଦୁଇ କଥିତ ଯୋଜନାକାରୀ ଗଡ୍ସେ ଓ ନାରାୟଣ ଦତ୍ତାତ୍ରେୟ ଆପ୍ପେଙ୍କୁ ୧୫ ନଭେମ୍ବର ୧୯୪୯ ରେ ଫାଶୀ ହୋଇଥିଲା। ଏହାର ୭୧ ଦିନ ପରେ ୨୬ ଜାନୁଆରୀ ୧୯୫୦ ମସିହାରେ ସୁପ୍ରିମକୋର୍ଟ ପ୍ରତିଷ୍ଠା ହୋଇଥିଲା। ଏହାର ଅର୍ଥ ଯୋଜନାକାରୀ କିମ୍ବା ତାଙ୍କ ପରିବାରକୁ ପୂର୍ବ ପଞ୍ଜାବର ଉଚ୍ଚ ନ୍ୟାୟାଳୟଙ୍କ ଫଇସଲାକୁ ଚ୍ୟାଲେଞ୍ଜ କରିବାକୁ ଅବସର ମିଳିନଥିଲା। ଏହିଭଳି ଭାବେ ପିଟିସନ୍ କର୍ତ୍ତା ଦାବି କରିଥିଲେ ଯେ ଗାନ୍ଧୀ ହତ୍ୟା ମାମଲାର ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶୁଣାଣି ହୋଇନାହିଁ।