ମା’ କୁ ଟିକିଏ ବି ଆସିଲାନି ଦୟା, ଜଣକ ପରେ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା ନିଜର ସମସ୍ତ ସନ୍ତାନ
ମା’ କୁ ମମତାର ମୂର୍ତ୍ତି ବୋଲି କୁହାଯାଇଥାଏ କିନ୍ତୁ ନିକଟରେ ଆମେରିକାରେ ଘଟିଥିବା ଏକ ଘଟଣା ଏହି କଥାକୁ ବିରୋଧ କରୁଛି । କାରଣ ସେଠାରେ ରହୁଥିବା ଜଣେ ମହିଳା ନିଜ ହାତରେ ନିଜର ତିନିଜଣ ପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଯଦିଓ ଏହା ପଛରେ ଥିବା କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।
ସୂଚନା ଅନୁଯାୟୀ ଆମେରିକାର ଏରିଜନୋରେ ରହୁଥିବା ଜଣେ ମହିଳା ନିଜ ଜନ୍ମିତ ତିନିଜଣ ପିଲାଙ୍କୁ ହତ୍ୟା କରିଛନ୍ତି । ସେ ନିଜ ପିଲାମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ପୋଲିସର କହିବା ଅନୁଯାୟୀ ପିଲାମାନେ ନିଜ ଜୀବନ ବଞ୍ଚାଇବାକୁ ଅତି ଅନୁରୋଧ କରିବା ସହ ଗୋଡ଼ ହାତ ମଧ୍ୟ ଧରିଥିଲେ କିନ୍ତୁ ମା କାହାକଥା ମଧ୍ୟ ଶୁଣିନଥିଲେ । ସେ ତିନିଜଣ ପିଲାଙ୍କର ତଣ୍ଟି ଚିପି ତାଙ୍କ ନାକ ବନ୍ଦ କରି ଜୀବନରୁ ମାରି ଦେଇଥିଲେ । ପିଲାମାନଙ୍କ ମଧ୍ୟରେ ଜଣେ ଛଅ ମାସର ଶିଶୁ ମଧ୍ୟ ଥିଲା । ହେନେରୀ ନାମକ ଏହି ମହିଳା ଜଣକ ପ୍ରଥମେ ତାକୁ ବୋତଲରେ କ୍ଷୀର ପିଆଇଥିଲେ । ତାପରେ ଲୋରି ଶୁଣାଇ ଶୁଣାଇ ତାର ତଣ୍ଟିକୁ ମଧ୍ୟ ଚିପି ଦେଇଥିଲେ । ଯାହାଦ୍ୱାରା ଶିଶୁଟି ଛଟପଟ ହୋଇ ମରିଯାଇଥିଲା ।
ତେବେ ମହିଳା ଜଣକ ନିଜ ଦୋଷ ମାନିବା ସହିତ କହିଥିଲେ ଯେ ପିଲାମାନଙ୍କୁ ମାରିବା ପରେ ସେ ତାଙ୍କୁ ଲିଭିଙ୍ଗ ରୁମର ସୋଫା ଉପରେ ଶୁଆଇ ଦେଇଥିଲେ । ସୂଚନା ଅନୁଯାୟୀ ମହିଳା ଜଣକ ଡ୍ରଗ୍ସ ନେଉଥିଲେ ଏବଂ ଗତ କିଛି ମାସ ହେବ ସେ ଏପରି ଅଜବ ଗଜବ କାମ କରିଆସୁଥିଲେ । ଯେତେବେଳେ ଅନେକ ସମୟ ପର୍ଯ୍ୟନ୍ତ ପିଲାମାନଙ୍କୁ ବାହାରେ ଦେଖିଲେ ନାହିଁ ପଡ଼ୋଶିମାନେ ଯାଇ ପୋଲିସରେ ଏ ବିଷୟରେ ଅଭିଯୋଗ କରିଥିଲେ । ପରେ ପୋଲିସର ଛାନଭିନରୁ ସମସ୍ତ ତଥ୍ୟ ସାମ୍ନାକୁ ଆସିଥିଲା । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାଙ୍କୁ ହତ୍ୟା କରିଥିବା ପଛର ପ୍ରକୃତ କାରଣ ଜଣାପଡିନାହିଁ ।