ସର୍ବଭାରତୀୟ କମ୍ପ୍ୟୁଟର ବିଜ୍ଞାନ ମେଳାରେ ଓଡ଼ିଆ ଛାତ୍ରୀଙ୍କ କୃତିତ୍ୱ

ଯାଜପୁର ଟାଉନ (କେନ୍ୟୁଜ୍‌) : ସର୍ବଭାରତୀୟସ୍ତରରେ ଆୟୋଜିତ କମ୍ପ୍ୟୁଟର ବିଜ୍ଞାନ ମେଳାରେ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ସୂଚୀସ୍ମିତା। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଅନ୍ତର୍ଗତ ସିଦ୍ଧେଶ୍ୱର ଗ୍ରାମର ସନାତନ ଦୀକ୍ଷିତଙ୍କ ସାନ ଝିଅ ହେଉଛନ୍ତି ସୂଚୀସ୍ମିତା ।

SUCHI-111

ଏହି ବିଜ୍ଞାନ ମେଳା ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ମିଶନ ଦ୍ୱରା ପରିଚାଳିତ ହୋଇଥାଏ । ଏହାର ମୂଳ ଲକ୍ଷ୍ୟ ହେଉଛି ମଧ୍ୟବିତ୍ତ ପରିବାରରୁ ଛାତ୍ରଛାତ୍ରୀ ଆଣି ତାଙ୍କର ଜ୍ଞାନକୌଶଳରେ ଭାରତ କମ୍ପ୍ୟୁଟର ବିଜ୍ଞାନୀଙ୍କୁ ଆହୁରି ଶକ୍ତିଶାଳୀ କରିବା । ଏଥିପାଇଁ ସର୍ବଭାରତୀୟ ସ୍ତରରେ ୨୦ଜଣ ମନୋନୀତ ହୋଇଛନ୍ତି । ଓଡିଶାରୁ ଏକମାତ୍ର ଛାତ୍ରୀ ଭାବେ ସୂଚୀସ୍ମିତା ଦୀକ୍ଷିତଙ୍କୁ ସ୍ଥାନ ମିଳିଛି । ସୂଚୀସ୍ମିତା ସ୍ଥାନୀୟ ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ । ସେ ନିଜର ଦକ୍ଷତା ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନ ବୈଷ୍ଣଵ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରିବା ସହ ପୁରସ୍କୃତ କରିଥିଲେ । ଆଗାମୀ ଦିନରେ ମଧ୍ୟ ଏହି ପ୍ରୟାସ ଜାରି ରହିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ । ଏହି ସଫଳତା ପାଇଁ ରାଜ୍ୟର କୋଣଅନୁକୋଣରୁ ଛାତ୍ରୀ ସୂଚୀସ୍ମିତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.