Below header

ଅନ୍ତର୍ଜାତୀୟ ମହିଳା ଦିବସରେ ମିଶନ ଶକ୍ତିକୁ ମହିଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନୂଆ ବିଭାଗ ହେଲା ମିଶନ ଶକ୍ତି

କେନ୍ୟୁଜ୍(ବ୍ୟୁରୋ): ମିଶନ ଶକ୍ତି ହେଲା ନୂଆ ବିଭାଗ । ଅନ୍ତର୍ଜାତୀୟ ମହିଳା ଦିବସରେ ଏହାକୁ ମହିଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମିଶନ ଶକ୍ତି ବିଭାଗର ନ୍ୟୁଟ୍ରିସନ ଷ୍ଟ୍ରାଟେଜୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ୨୨ଟି ଜିଲ୍ଲାର ୧୨୫ଟି ବ୍ଲକକୁ ଏଥିରେ ସାମିଲ କରାଯାଇଛି । ପୁଷ୍ଟିହୀନତା, ଦୁର୍ଗମ ଅଞ୍ଚଳକୁ ଦୃଷ୍ଟିରେ ରଖି ଏହାକୁ ଲାଗୁ କରାଯାଇଛି । ଏଥିରେ ଗର୍ଭବତୀ ମହିଳାଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ସ୍ୱତନ୍ତ୍ର ନ୍ୟୁଟ୍ରିସନ ବଜେଟ ଆସିଛି । ମାଆ ଓ ଶିଶୁଙ୍କ ନ୍ୟୁଟ୍ରିସନ ଉପରେ ଏହା ଫୋକସ କରିବ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

mission shakti 2ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ମହିଳା ସଶକ୍ତିକୀରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ । ୭୦ ଲକ୍ଷ ମାଆମାନଙ୍କୁ ନେଇ ମିଶନ ଶକ୍ତି, ମମତା କାର୍ଯ୍ୟକ୍ରମ ଓ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ସଂରକ୍ଷଣ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ କରିଛି । କ୍ରୀଡ଼ା ଠାରୁ ଆରମ୍ଭ କରି ଶିଳ୍ପୋଦ୍ୟୋଗୀ ଭାବେ ମହିଳାଙ୍କ ସଫଳତା ବେଶ ଉତ୍ସାହଜନକ । ଦୂତୀ ଚାନ୍ଦ, ପ୍ରତିଭା ରାୟ, ନନ୍ଦିତା ଦାସଙ୍କ ପରି ମହିଳାମାନେ ଦେଶବିଦେଶରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଏମାନେ ସାରା ଦେଶରେ ମହିଳାଙ୍କ ପାଇଁ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ କରୋନା ସଂପର୍କରେ ସଚେତନତା କରିବେ ଏସଏଚଜି । ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.