ବ୍ରହ୍ମପୁର: ରାସ୍ତର ଡିଭାଇଡରରେ ଲଗାଯାଇଥିଲା ଗଞ୍ଜେଇ ଗଛ, ଫଟୋ ଭାଇରାଲ ପରେ କାଟିଲା ଅବକାରୀ ବିଭାଗ

ବ୍ରହ୍ମପୁର(କେନ୍ୟୁଜ୍): କନ୍ଧମାଳ କିମ୍ବା ଗଜପତି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ନୁହେଁ । ବ୍ରହ୍ମପୁର ସହର ମଧ୍ୟରେ ଗଞ୍ଜେଇ ଗଛ ଥିବା ଜଣା ପଡିଛି । ସହରର ପୁରୁଣା ବସ୍ ଷ୍ଟାଣ୍ଡ ଅନ୍ତର୍ଗତ ଟ୍ରେକର ଷ୍ଟାଣ୍ଡ ପାଖରେ ଦୀର୍ଘ ଦିନ ଧରି ଏକ ଗଞ୍ଜେଇ ଗଛଟି ରହିଥିଲା । ଏହାର ଏକ ଫୋଟ ଦୁଇ ଦିନ ତଳେ ବିଭିନ୍ନ ସୋସିଆଲ ମିଡ଼ିଆରେ ଘୁରି ବୁଲିଥିଲା ।ଏହା ପରେ ଆଜି ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ଏହି ଗଛକୁ ଚିହ୍ନଟ କରିବା ସହ ଅବକାରୀ କର୍ମଚାରୀ ମାନେ କାଟି ଦେଇଛନ୍ତି ।

ତେବେ ଟ୍ରେକର ଷ୍ଟାଣ୍ଡ ନିକଟରେ ଏହା ଦୀର୍ଘ ଏକ ବର୍ଷ ରୁ ଦୁଇ ବର୍ଷ ହେଲା ଥିଲା ଜଣାପଡିଛି । ଗଛଟି ପାଖାପାଖି 10 ଫୁଟ ଉଚ୍ଚତା ବିଶିଷ୍ଟ ହୋଇସାରିଥିଲା । ସବୁଠାରୁ ବଡ଼ କଥା ଏହି ଗଛଟି ସହର ମଧ୍ୟରେ ବିଡିଏ (ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ) ର ବୃକ୍ଷ ରୋପଣ ଏବଂ ବିଡିଏ ର ତାର ଜାଲ ମଧ୍ୟରେ ମଧ୍ୟ ରହିଥିଲା । ଗଞ୍ଜେଇ ଗଛଟି ସହର ମଝିରେ ଏତେ ବଡ଼ ହେବା ପରେ ବି ଅବକାରୀ ବିଭାଗ ଓ ଅନ୍ୟମାନେ କିଭଳି ଦେଖିନଥିଲା ତାହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।

ଏଥିସହ ଏହି ଗଛକୁ କିଏ ଏଠାରେ ପୋତି ଥିଲା ନା ଗଛ ଆପେ ଆପେ ଉଠିବା ପରେ ତାର ଜାଲ ଦିଆଯାଇଥିଲା ଓ କେଉଁ ସ୍ଥାନରୁ ଏହି ଗଛ ଚାରା ଅଣାଯାଇଥିଲା ଏସବୁ ଏବେ ପ୍ରଶ୍ନର ଘେରକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.