ପୁରୁଷଙ୍କଠାରୁ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ : ନିକୁଞ୍ଜ ବିହାରୀ ଧଳ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ସହ ଆରମ୍ଭ ହେଲା ନାମାଙ୍କନ ଦାଖଲ । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା କଳାହାଣ୍ଡି, ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ହେବ ।

ଭୁବନେଶ୍ୱର(କେନ୍ୟୁଜ୍‌): ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ସହ ଆରମ୍ଭ ହେଲା ନାମାଙ୍କନ ଦାଖଲ । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା କଳାହାଣ୍ଡି, ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ହେବ । ଏଥିପାଇଁ ୨୫ ତାରିଖ ରହିଛି ନାମାଙ୍କନର ଶେଷ ତାରିଖ । ୨୬ ତାରିଖରେ ନାମାଙ୍କନ ଯାଞ୍ଚ ହେବ । ୨୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଏହି ୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କଠାରୁ ଅଧିକ । ମହିଳା ଭୋଟରଙ୍କ ସଂଖ୍ୟା ୩୧ ଲକ୍ଷ ୮୭ ହଜାର ୭୭୧ ଏବଂ ପୁରୁଷ ଭୋଟରଙ୍କ ସଂଖ୍ୟା ୩୦ ଲକ୍ଷ ୯୬ ହଜାର ୨୪୩ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ସେହିପରି ନିର୍ବାଚନ ତାରିଖ ଘୋଷଣା ପରଠୁ ଏଯାଏ ନଗଦ ୨ କୋଟି ୭ ଲକ୍ଷ ଟଙ୍କା ଜବତ ହୋଇଛି । ମଦ, ଗଞ୍ଜେଇ, ବ୍ରାଉନସୁଗର, ସୁନା ଓ ନଗଦ ନଗଦ ୨ କୋଟି ୭ ଲକ୍ଷ ଟଙ୍କା ସହ ମୋଟ ୧୧୮ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ସେ କହିଛନ୍ତି । ମାଓ ଅଧ୍ୟୁଷିତ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ଭୋଟିଂ ସମୟରେ ପରିବର୍ତ୍ତନ କରାଯାଇଛି । ସୁରକ୍ଷା ପାଇଁ ୧୦ କମ୍ପାନୀ ବିଏସଏଫ ଓ ୫ କମ୍ପାନୀ ସିଆଇଏସଫ ନିୟୋଜିତ ହୋଇଛନ୍ତି । ଅଂଶୁଘାତକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନାମାଙ୍କନ ବେଳେ ବଡ଼ ରାଲି ନ କରିବାକୁ ଆଜି ସର୍ବଦଳୀୟ ବୈଠକରେ ସମସ୍ତ ରାଜନୈତିକ ଦଳକୁ ସିଇଓ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.