Below header

ହାଇକୋର୍ଟରେ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଶୁଣାଣି, ହତ୍ୟା ନେଇ କୌଣସି ପ୍ରମାଣ ପାଉନି କ୍ରାଇମବ୍ରାଞ୍ଚ

ଭୁବନେଶ୍ଵର (କେ ନ୍ୟୁଜ): ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ହାଇକୋର୍ଟରେ ପରିବାର ପକ୍ଷରୁ ହୋଇଥିବା ଆବେଦନର ଆଜି ଶୁଣାଣି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ ହୋଇଛି । କ୍ରାଇମବ୍ରାଞ୍ଚ ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ ହୋଇଛି । ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବାର ଏଯାଏ ତଦନ୍ତରୁ ସ୍ପଷ୍ଟ ଭାବରେ ଜଣାପଡିନାହିଁ । ନଭେମ୍ବର ୨୬ରେ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି । ଗତ ୪ ତାରିଖରେ ଶୁଣାଣି ବେଳେ ହାଇକୋର୍ଟ ସରକାରଙ୍କୁ ଅପଟୁଡେଟ୍‌ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କହିରଖିବା ଉଚିତ ହେବକି, ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟ ରେଳଧାରଣାରୁ ଗତ ଜୁଲାଇ ୭ରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତଦେହ ମିଳିଥିଲା । ପ୍ରଥମେ ଘଟଣାର ତଦନ୍ତ ଭାର ଜିଆରପି ପୋଲିସକୁ ଦିଆଯାଇଥିବା ବେଳେ ପରେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ତଦନ୍ତ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ, ଆଦିତ୍ୟଙ୍କ ଆଶ୍ରମର ଆର୍ଥିକ କାରବାର, ଆଦିତ୍ୟଙ୍କ ସାଙ୍ଗସାଥି ଆଦିକୁ ତଦନ୍ତ ପରିସରକୁ ଆଣିଥିଲା କ୍ରାଇମବ୍ରାଞ୍ଚ ଟିମ । ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ସାଙ୍ଗ ପପୁ, ବିକାଶ ଓ ଦୀପକକୁ ଜେରା କରିବା ସହ ଲାଏ ଡିଟେକ୍ସନ କରାଯାଇଛି । ତଥାପି ଡେଥ୍‌ ସସପେନ୍ସରୁ ପରଦା ହଟୁନି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.