ଧୁମ୍‌ଧାମ୍‌ରେ ପ୍ରଥମ ଜନ୍ମ ଦିନ ପାଳିଲା ହାତୀ ଛୁଆ, ପାର୍ଟିରେ କେକ୍‌ ଖାଇବାକୁ ପହଞ୍ଚିଲେ ୧୫ ହାତୀ; ଦେଖନ୍ତୁ ଭିଡିଓ

ପାଳିତ ହୋଇଛି ହାତୀର ଜନ୍ମଦିନ। ମଣିଷଙ୍କ ଭଳି ନିଜ ଜନ୍ମଦିନରେ କେକ୍‌ କାଟିବା ସହ ଅନ୍ୟ ବନ୍ଧୁଙ୍କୁ ବି କେକ୍‌ ବାଣ୍ଟିଛି ଏହି କୁନି ହାତୀ। ଶ୍ରୀକୁଟ୍ଟୀ ନାମକ ହାତୀ ଛୁଆ ନିଜ ପ୍ରଥମ ଜନ୍ମଦିନକୁ ବେଶ୍‌ ଧୁମ୍‌ଧାମର ସହ ପାଳନ କରିଛି। କେରଳର କୋଟ୍ଟୁର ହାତୀ ପୁନର୍ବାସ କେନ୍ଦ୍ରରେ ଶ୍ରୀକୁଟ୍ଟୀ କେକ୍‌ କାଟିଛି। ତା’ ଜନ୍ମଦିନରେ ଅନ୍ୟ ୧୫ ଟି ହାତୀ ଓ ଲୋକମାନେ ମଧ୍ୟ ସାମିଲ ହୋଇଥିଲେ। ସୋସିଆଲ ମିଡିଆରେ ଏହି ହାତୀର ଜନ୍ମଦିନର ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:


ଭିଡିଓରେ ଦେଖାଯାଇଛି ଯେ ଶ୍ରୀକୁଟ୍ଟୀ ଜନ୍ମଦିନ ପାଇଁ ମୁଣ୍ଡରେ ଫୁଲ ଖୋସିଛି ଓ ବେକରେ ଏକ ଗାମୁଛା ବି ପକାଇଛି। ସେ ଜନ୍ମ ଦିନ ପାଇଁ ବେଶ୍‌ ଖୁସିଥିବା ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବକ ଶ୍ରୀକୁଟ୍ଟୀ ମାତ୍ର ୨ଦିନର ଥିବା ବେଳେ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲା। ତା’ ବଞ୍ଚିବା ଆଶା କମ୍‌ ଥିଲା। ମାତ୍ର ମୁଖ୍ୟ ବନପଶୁ ଚିକିତ୍ସା ଅଧିକାରୀ(ଆରଡିଟି) ଡା.ଇ ଈଶ୍ୱରନ୍‌ ଶ୍ରୀକୁଟ୍ଟୀର ବିଶେଷ ଯତ୍ନ ନେଇଥିଲେ। କଦଳୀ, ନଡ଼ିଆ ପାଣି ଭଳି ସୁଷମ ଖାଦ୍ୟ ସହ ବହୁତ ଭଲ ପାଇବା ପାଇ ଶ୍ରୀକୁଟ୍ଟି ସୁସ୍ଥ ହୋଇଥିଲା। ସେବେଠୁ ସେ ଏହି ପୁନର୍ବାସ କେନ୍ଦ୍ରରେ ରହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.