Below header

ଗର୍ଲଫ୍ରେଣ୍ଡଙ୍କ ବର୍ଥଡେ’ ଗିଫ୍ଟ ବନାଇଦେଲା ବୟଫ୍ରେଣ୍ଡଙ୍କୁ କୋଟିପତି, ଜାଣନ୍ତୁ କେମିତି

ଲୋକମାନେ ଜନ୍ମଦିନରେ ପାର୍ଟି କରିବା ସହ ବୁଲାବୁଲି ମଧ୍ୟ କରିଥାନ୍ତି। ଜନ୍ମଦିନ ଦିନ ସମ୍ପର୍କୀୟ ଏବଂ ସାଙ୍ଗସାଥୀମାନେ ମଧ୍ୟ ବହୁତ ସାରା ଗିଫ୍ଟ ମଧ୍ୟ ଦେଇଥାନ୍ତି। ଜନ୍ମଦିନ ଗିଫ୍ଟ ଛୋଟ ହେଉ କି ବଡ ତାହା ପ୍ରତ୍ୟେକଙ୍କ ପାଇଁ ଫରକ୍‌ ପଡିଥାଏ। କିନ୍ତୁ କେବେ କେବେ ଛୋଟ ଗିଫ୍ଟ ମଧ୍ୟ ଆପଣଙ୍କ ଭାଗ୍ୟ ଖୋଲିଦେଇଥାଏ। ଏଭଳି ଏକ ଘଟଣା ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍‌ େଓ୍ଵଲ୍ସର ଡୁନସାଇଡରେ ଘଟିଥିବାର ଦେଖିବାକୁ ମିଳିଛି। ସେଠାରେ ଜଣେ ଗର୍ଲଫ୍ରେଣ୍ଡ ତାଙ୍କ ବୟଫ୍ରେଣ୍ଡଙ୍କୁ ତାଙ୍କ ଜନ୍ମଦିନରେ ଏକ ଲଟେରୀ ଟିକେଟ୍‌ ଗିଫ୍ଟ କରିଛନ୍ତି। ଶେଷରେ ଏହି ଲଟେରୀ ଟିକେଟ୍‌ ତାଙ୍କ ଭାଗ୍ୟ ବଦଳାଇଦେବା ସହ କୋଟିପତି କରିପାରିଛି।

lateri ticketସୂଚନା ମୁତାବକ ଡୁନସାଇଡ୍‌ ରେ ରହୁଥିବା ଜଣେ ଯୁବତୀ ନିଜର ବୟଫ୍ରେଣ୍ଡଙ୍କ ପାଇଁ ପୋଷ୍ଟ ଅଫିସ୍‌ ରୁ ଲଟେରୀ ଟିକେଟ୍‌ କିଣିଥିଲେ। ଲଟେରୀ ଟିକେଟ୍‌ କିଣିବା ପରେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ଜନ୍ମଦିନରେ ଗିଫ୍ଟ କରିଥିଲେ। ଏହାପରେ ତାଙ୍କ ବୟଫ୍ରେଣ୍ଡ ସେହି ଲଟେରୀକୁ ସ୍କ୍ରାଚ୍‌ କରିଥିଲେ। ଲଟେରୀ ସ୍କ୍ରାଚ୍‌ କରିବା ପରେ ଏହା ବିଜେତା ନମ୍ବର ହୋଇପାରେ ବୋଲି ସେ ବୁଝିପାରିଥିଲେ। ଏହାପରେ ସେ ଲଟେରୀର ନମ୍ବର ବିଷୟରେ ଜାଣିବା ପାଇଁ ଯୋଜନା କରିଥିଲେ।

ବାସ୍ତବରେ ଯେଉଁ ନମ୍ବରର ଲଟେରୀ ଟିକେଟ୍‌ ବିଜୟୀ ହୋଇଥିଲା ତାହା ତାଙ୍କରି ଥିଲା। ଲଟେରୀ ଜରିଆରେ ସେ ୧.୮୩ ଲକ୍ଷ ଡଲାର ଟଙ୍କା ଜିତିଥିଲେ। ଯାହା ଭାରତୀୟ ମୁଦ୍ରାରେ ୧.୩୫ କୋଟି ଟଙ୍କା ହେବ। ଏହାପରେ ବର୍ତ୍ତମାନ ଦୁଇ ଜଣ କାର୍‌ ଏବଂ ଘର କିଣିବା ପାଇଁ ଯୋଜନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.