Below header

ଗଞ୍ଜାମ: ଜବତ ହେଲା ଚୋରି ହୋଇଥିବା ସାଢେ ୬ କେଜି ଓଜନର ସୁନା ଗହଣା, ୧୫ ଗିରଫ

ଗଞ୍ଜାମ(କେ ନ୍ୟୁଜ): ଗଞ୍ଜାମ ପୋଲିସକୁ ଏକ ବଡ ସଫଳତା ମିଳିଛି । ଜବତ ହୋଇଛି ସାଢେ ୬କେଜି ଓଜନର ସୁନା ଗହଣା । ଏହାକୁ ନେଇ ୧୦ଜଣ ଚୋରଙ୍କ ସମେତ ୧୫ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ନଗଦ ୪ ଲକ୍ଷ ୪୦ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଗତ ମାସ ଅର୍ଥାତ ଅକ୍‌ଟୋବର ମାସ ୧୨ ତାରିଖରେ ରେ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କ ଘରୁ ଚୋରି ହୋଇଥିଲା।

ଏନେଇ ଥାନାରେ ଏତଲା ଦିଆଯିବା ପରେ ପରେ ୬କେଜି ୫୦୧ଗ୍ରାମ ସୁନା ଜବତ କରିଛି ପୋଲିସ । ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.