Below header

ଶିକ୍ଷାନୁଷ୍ଠାନରେ ରାଗିଂ ନେଇ ରାଜ୍ୟମାନବାଧିକାରଙ୍କ ଉଦବେଗ, ଗାଇଡଲାଇନର ପାଳନ ଜଣାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟର ବିଭିନ୍ନ କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ରାଗିଂ ନେଇ ରାଜ୍ୟମାନବାଧିକାରଙ୍କ ଉଦବେଗ। କେତେକ କଲେଜରୁ ରାଗିଂ ଖବର ଆସିବା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ଓଏଚ୍‌ଆରସି। ରାଜ୍ୟରେ ଆଣ୍ଟିଂ ରାଗିଂ ହେଲ୍‌ପ ଲାଇନ କାର୍ଯ୍ୟକରୁଛି ନାହିଁ, ରାଗିଂ ରୋକିବାକୁ ଗାଇଡଲାଇନର ପାଳନ ହେଉଛି କି ନାହିଁ ତାହା ଜାଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଗିଂର ଶିକାର ଛାତ୍ରଛାତ୍ରୀଙ୍କୁ ସୁୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ ପୋଲିସର ସହାୟତା ଯୋଗାଇ ଦିଆଯାଉଛି କି ନାହିଁ ଜଣାଇବାକୁ ରାଜ୍ୟ ସରକାରଙ୍କ ଗୃହବିଭାଗର ପ୍ରମୁଖ ଶାସନ ସଚିବଙ୍କ ରିପୋର୍ଟ ତଲବ କରିଛନ୍ତି। ଅକ୍ଟୋବର ୧୧ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି। ତତ୍‌କାଳ ଭିତ୍ତିରେ ଗୃହ ସଚିବ ଏହାକୁ କାର୍ଯ୍ୟକାରୀ କରିବେ ବୋଲି କମିସନ ଆଶା କରିଛନ୍ତି। ଏହା ସହ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ମଧ୍ୟ ନୋଟିସ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.