ଇଲେକ୍ଟ୍ରିକ ସ୍କୁଟର କିମ୍ବା ଇ-ଭେଇକିଲ କିଣୁଛନ୍ତି କି ? ତାହେଲେ ଜାଣିରଖନ୍ତୁ ଏହି ପାଞ୍ଚଟି କଥା

ଆଜିକାଲି ଇଲେକ୍ଟ୍ରିକ ଗାଡିକୁ ସମସ୍ତେ ପସନ୍ଦ କରୁଛନ୍ତି । ଭାରତୀୟ ବଜାରରେ ଅଟୋମୋବାଇଲ ଇଣ୍ଡଷ୍ଟ୍ରିର ପ୍ରମୁଖ କମ୍ପାନୀଗୁଡିକ ବ୍ୟତୀତ ନୂଆ ଷ୍ଟାର୍ଟ ଅପ କମ୍ପାନୀ ଗୁଡିକ ମଧ୍ୟ ଇଲେକ୍ଟ୍ରିକ ଗାଡି ଲଞ୍ଚ କରୁଛି। ଏଥିରେ ଇଲେକ୍ଟ୍ରିକ ସ୍କୁଟରଠାରୁ ନେଇ ବାଇକ ଏବଂ କାର ପର୍ଯ୍ୟନ୍ତ ସାମିଲ ଅଟେ । ଏଥିରେ ମଧ୍ୟ ସବୁଠାରୁ ଅଧିକ ଇଲେକ୍ଟ୍ରିକ ସ୍କୁଟରର ଵ୍ୟଵହାର କରାଯାଉଛି । ଯଦି ଆପଣ ମଧ୍ୟ ଇ-ସ୍କୁଟର କିଣିବାକୁ ମନ ବଳାଇଛନ୍ତି ତାହେଲେ ଜାଣି ରଖନ୍ତୁ କିଛି ଜରୁରୀ କଥା ।

ରେଞ୍ଜ

रेंज

ଇଲେକ୍ଟ୍ରିକ ଗାଡିର ରେଞ୍ଜର ଅର୍ଥ ହେଉଛି ଥରେ ଫୁଲଚାର୍ଜ ହେବାପରେ ଏହା କେତେଦୂର ଚାଲିବ । ଇଲେକ୍ଟ୍ରିକ ସ୍କୁଟର କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରିକ ଭେଇକିଲ କିଣିବା ପୂର୍ବରୁ ପ୍ରଥମେ ଏହା ନିଶ୍ଚୟ ଦେଖନ୍ତୁ କି ଆପଣ ସାଧାରଣତଃ ଗୋଟିଏ ଦିନରେ କେତେ ଦୂର ଯାତ୍ରା କରିପାରିବେ । ଏହାପରେ ସୁନିଶ୍ଚିତ କରନ୍ତୁ କି ଆପଣ ଯେଉଁ ସ୍କୁଟର କିଣୁଛନ୍ତି ତାହା ଆପଣଙ୍କ ଆବଶ୍ୟକତା ହିସାବରେ ଠିକ ରେଞ୍ଜ ଦେଉଛି କି ନାହିଁ । କାରଣ ମାର୍କେଟରେ ମଧ୍ୟ ୬୦-୧୨୦ କିଲୋମିଟର ରେଞ୍ଜ ଦେଉଥିବା ସ୍କୁଟର ରହିଛି ।

ବ୍ୟାଟେରୀ

बैटरी

ଇଲେକ୍ଟ୍ରିକ ଭେଇକିଲ ପାଇଁ ବ୍ୟାଟେରୀ ପ୍ୟାକ ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଇ-ଭେଇକିଲ ବ୍ୟାଟେରୀ ପ୍ୟାକ ଇଲେକ୍ଟ୍ରି ଦ୍ୱାରା ଚାଲିଥାଏ । ଆପଣଙ୍କ ଇଲେକ୍ଟ୍ରିକ ଗାଡିର ବ୍ୟାଟେରୀ ଯେତେ ଅଧିକ ୱାଟର ରହିବ ଗାଡି ସେତେ ଅଧିକ ପାୱାର ଏବଂ ରେଞ୍ଜ ଦେବ । ଏହା ବ୍ୟତୀତ ଆପଣ ଏହା ଧ୍ୟାନ ରଖନ୍ତୁ ଯେ ଆପଣ ଯେଉଁ ଇଲେକ୍ଟ୍ରିକ ସ୍କୁଟର କିମ୍ବା ଇ-ଭେଇକିଲ କିଣୁଛନ୍ତି ତାହା ୱାଟରପ୍ରୁଫ, ସକପ୍ରୁଫ ଏବଂ ବ୍ୟାଟେରୀ ରିପ୍ଲେସ କରିବାର ସୁବିଧା ଦେଉଛି କି ନାହିଁ ।

ସର୍ଭିସ 

सर्विस

ପେଟ୍ରୋଲ ଡିଜେଲ ଦ୍ୱାରା ଚାଲୁଥିବା ଗାଡିଗୁଡିକରେ କୌଣସି ଅସୁବିଧା ହେଲେ ଆପଣ ଏହାକୁ ଯେକୌଣସି ମେକାନିକ ପାଖରେ ଠିକ କରାଇ ପାରିବେ । କିନ୍ତୁ ଇଲେକ୍ଟ୍ରିକ ଗାଡି ଗୁଡିକ କ୍ଷେତ୍ରରେ ଏପରି ହୁଏ ନାହିଁ । କିନ୍ତୁ ଇଲେକ୍ଟ୍ରିକ ଗାଡ଼ିରେ କୌଣସି ଅସୁବିଧା ଦେଖାଗଲେ ଏହାକୁ ଠିକ କରାଇବା ପାଇଁ ଆପଣ କେବଳ ଅଫିସିଆଲ ସର୍ଭିସ ସେଣ୍ଟର ଯାଇପାରିବେ । ଏପରିସ୍ଥଳେ ଯେକୌଣସି ଇଲେକ୍ଟ୍ରିକ ସ୍କୁଟର କିମ୍ବା ଅନ୍ୟ ଇ-ଭେଇକିଲ କିଣିବା ପୂର୍ବରୁ କମ୍ପାନୀର ସର୍ଭିସ ପଲିସି ଏବଂ ୱାରେଣ୍ଟି ବିଷୟରେ ଭଲଭାବେ ଜାଣି ନିଅନ୍ତୁ । ଏହା ସହିତ କମ୍ପାନୀ ସ୍ପେୟାର ପାର୍ଟସ ବନାଉଛି କି ନାହିଁ ସେ ବିଷୟରେ ମଧ୍ୟ ଭଲଭାବେ ଜାଣି ନିଅନ୍ତୁ ।

ଆପଣଙ୍କୁ ଆବଶ୍ୟକ ଅଛି କି ନାହିଁ

​आपको जरूरत है या नहीं?

ଇଲେକ୍ଟ୍ରିକ ଗାଡି ଗୁଡିକର ଟ୍ରେଣ୍ଡ ଚାଲିଛି ଓ ଆପଣଙ୍କ ପଡ଼ୋଶୀରେ କେହି ଇ-ଭେଇକିଲ କିଣିଛନ୍ତି, କେବଳ ଏହି କାରଣରୁ ଯଦି ଆପଣ ଇ-ଭେଇକିଲ କିଣୁଥାନ୍ତି ତାହେଲେ ତାହା ଠିକ ନୁହେଁ । ଇ-ଭେଇକିଲ କିଣିବା ପୂର୍ବରୁ ପ୍ରଥମେ ଏହା ସୁନିଶ୍ଚିତ କରିନିଅନ୍ତୁ କି ଆପଣଙ୍କୁ ଏହାର ଆବଶ୍ୟକତା ଅଛି କି ନାହିଁ ।
କଣ ଆପଣଙ୍କୁ ପ୍ରତିଦିନ କେଉଁଠିକୁ ଯିବାକୁ ପଡୁଛି କି ?
କଣ ଆପଣଙ୍କୁ ଅଧିକ ଦୂର ପର୍ଯ୍ୟନ୍ତ ଯିବାକୁ ପଡୁଛି କି ?
କଣ ଆପଣ ଏହି ଇଲେକ୍ଟ୍ରିକ ଗାଡିକୁ ପ୍ରତିଦିନ ଚାର୍ଜ କରିପାରିବେ କି ?
ଯେତେବେଳେ ଏହି ସମସ୍ତ ପ୍ରଶ୍ନକୁ ଆପଣ ଭଲଭାବେ ବୁଝିଯିବେ ସେତେବେଳେ ଆପଣ ଇଲେକ୍ଟ୍ରିକ ଗାଡି କିଣିବାର ନିଷ୍ପତ୍ତି ନିଅନ୍ତୁ ।

ଦର

कीमत

ଇଲେକ୍ଟ୍ରିକ ଗାଡି ଗୁଡିକ ବହୁତ ଅଧିକ ଦରରେ ଆସିଥାଏ । ସାଧାରଣତଃ ସେତେବେଳେ ଯେତେବେଳେ ଏଥିରେ ହାଇଟେକ ଫିଚର୍ସ ଦିଆଯାଇଥାଏ । ସେଥିପାଇଁ ଏହା ପୂର୍ବରୁ ଜରୁରୀ କି ଆପଣ ନିଜର ସମସ୍ତ ଆବଶ୍ୟକତା ବୁଝନ୍ତୁ ତାପରେ ନିଷ୍ପତ୍ତି ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.