ବେଙ୍ଗାଲୁରୁସ୍ଥିତ ୟୁକୋ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ
ବେଙ୍ଗାଲୁରୁ: ବେଙ୍ଗାଲୁରୁର ୟୁକୋ ବ୍ୟାଙ୍କ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ, ବିଲ୍ଡିଂରେ ବହୁ ଲୋକ ଫସିଥିବା ଆଶଙ୍କା କରାଯାଉଛି। ନିଆଁ ଲାଗିବା ପରେ ଲୋକମାନେ ଆତଙ୍କିତ ଅବସ୍ଥାରେ ବାହାରକୁ ବାହାରିଯାଇଥିଲେ ମଧ୍ୟ ଏବେ ବି କିଛି ଲୋକ ବିଲ୍ଡିଂ ଭିତରେ ଫସିରହିଛନ୍ତି। ଏହି ବିଲ୍ଡିଂରେ ଏକ କୋଚିଙ୍ଗ ସେଣ୍ଟର ମଧ୍ୟ ଅଛି। ତେଣୁ ବିଲ୍ଡିଂରେ କିଛି ଛାତ୍ର ମଧ୍ୟ ଫସିଥିବା ଆଶଙ୍କା କରାଯାଉଛି। ତେବେ ବର୍ତ୍ତମାନ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।