ଦିଲ୍ଲୀ: ବିଳମ୍ବ ହେଉଥିବା କେନ୍ଦ୍ରୀୟ ପ୍ରକଳ୍ପ କାମର ନବୀନଙ୍କ ସମୀକ୍ଷା, ଓଡ଼ିଶା ଭବନରେ ବସିଲା ବୈଠକ
ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ବିଳମ୍ବ ହେଉଥିବା କେନ୍ଦ୍ରୀୟ ପ୍ରକଳ୍ପ କାମର ସମୀକ୍ଷା। ଓଡ଼ିଶା ଭବନରେ ଏହାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶେଷ କରି ରେଳପ୍ରକଳ୍ପ ଯେଉଁଥିରେ ଓଡ଼ିଶା ସରକାର ମାଗଣାରେ ଜମି ଯୋଗାଇବା ସହ ୫୦ ପ୍ରତିଶତ ଖର୍ଚ୍ଚ କରୁଛନ୍ତି ତାର ସମୀକ୍ଷା ହୋଇଥିଲା। ଏହାସହ ରାଜ୍ୟରେ ବ୍ୟାଙ୍କିଂ ଓ ଟେଲି ଡେନ୍ସିଟି ବୃଦ୍ଧି ନେଇ କେନ୍ଦ୍ର ନେଇଥିବା ପଦକ୍ଷେପର ସମୀକ୍ଷା ହୋଇଥିଲା। କାମରେ ଅଗ୍ରଗତି ହେଉଥିଲେ ମଧ୍ୟ ଅନେକ ବିଭାଗରେ କାମ ବାକି ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ନିକଟରେ ମାଓ ପ୍ରଭାବିତ ରାଜ୍ୟଗୁଡିକର ବୈଠକ ବସିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ମାଲକାନଗିରି ଓ ନବରଙ୍ଗପୁରରେ ରେଳ ଲାଇନ ସହ ମାଓ ପ୍ରଭାବିତ ବ୍ଲକଗୁଡିକରେ ବ୍ୟାଙ୍କିଂ ଓ ଟେଲି ଡେନ୍ସିଟି ବଢାଇବାକୁ ଦାବି ରଖିଥିଲେ ନବୀନ। ବର୍ତ୍ତମାନ ଏହାର ସମୀକ୍ଷା କରିଛନ୍ତି ନବୀନ ।