Below header

ପିଲାମାନେ ଚିନ୍ତାରେ ରହୁଛନ୍ତି କି! ଏହି ୫ଟି ଷ୍ଟ୍ରେସ୍‌ ମ୍ୟାନେଜମେଣ୍ଟ ଟିପ୍ସ୍‌ ଦେବ ଟେନ୍‌ସନ୍‌ରୁ ମୁକ୍ତି

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ଛୁଆଙ୍କ ପର୍ଯ୍ୟନ୍ତ ସମସ୍ତେ ଟେନ୍‌ସନ୍‌ରେ ରହୁଥିବା ଦେଖିବାକୁ ମିଳୁଛି। ଛୋଟ ପିଲାଙ୍କ ଉପରେ ପାଠପଢ଼ା ବୋଝ ବଢ଼ିବାରେ ଲାଗିଛି। ଫଳରେ ପିଲାବେଳୁ ହିଁ ସେମାନେ ଚିନ୍ତାଗ୍ରସ୍ତ ରହୁଛନ୍ତି। ବେଳେବେଳେ ଚିନ୍ତା ଏତେ ବଢ଼ିଯାଏ ଯେ ସେମାନେ କିପରି ଏହାର ସାମ୍ନା କରିବେ ବୁଝିପାରନ୍ତି ନାହିଁ। ଏଭଳି ପରିସ୍ଥିତିରେ ପିଲାଙ୍କୁ ଷ୍ଟ୍ରେସ୍‌ ମ୍ୟାନେଜମେଣ୍ଟ ସମ୍ପର୍କରେ ଜଣାଇବା ଉଚିତ୍‌। ପିଲାଙ୍କୁ ଶିଖାନ୍ତୁ ଏହି ୫ଟି ଷ୍ଟ୍ରେସ୍‌ ମ୍ୟାନେଜମେଣ୍ଟ ଟିପ୍ସ୍‌…

୧. ଯୋଗ ବା ଏକ୍ସରସାଇଜ୍‌:

ଚିନ୍ତାରୁ ମୁକ୍ତି ଦେବାରେ ଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଛୋଟ ପିଲାମାନେ ଯଦି ଚିନ୍ତା ବା ଅବସାଦଗ୍ରସ୍ତ ରହୁଛନ୍ତି ତେବେ ତାଙ୍କୁ ଯୋଗ ବା ପ୍ରାଣାୟାମ କରିବାକୁ ପରାମର୍ଶ ଦିଅନ୍ତୁ। ଏହା ଦ୍ୱାରା ମାନସିକ ଶାନ୍ତି ମିଳିବ।

ଏହାସହ ପଢ଼ନ୍ତୁ: ନବଜାତକଙ୍କ ଦେହରୁ ବାହାରେନି ଝାଳ ଓ ଲୁହ, କେବେ ଲକ୍ଷ୍ୟ କରିଛନ୍ତି କି?

୨. ପିଲା ଯାହା ଚାହୁଁଛି, ତାକୁ କରିବାକୁ ଦିଅନ୍ତୁ:

ଆଜିକାଲିର ପିଲାମାନେ ପାଠପଢ଼ା ସହ ଅନ୍ୟ ବିଷୟରେ ମଧ୍ୟ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଯଥା:ଖେଳକୁଦ, ଡ୍ରଇଁ, ଡ୍ୟାନ୍ସଂ, ସୁଇମିଂ ଆଦି କରିବାକୁ ପସନ୍ଦ କରୁଛନ୍ତି। ଆପଣଙ୍କ ପିଲା ଯଦି କିଛି ଏଭଳି କାମ କରିବାକୁ ଚାହୁଁଛି ତେବେ ତାକୁ ଉତ୍ସାହିତ କରନ୍ତୁ। ଏହାଦ୍ୱାରା ସେ ଅଧିକ ଫୂର୍ତ୍ତି ରହିବ।

୩. ପଢ଼ିବାକୁ ଭଲ ବହି ଦିଅନ୍ତୁ:

ପଢ଼ା ବହି ଛଡ଼ା ପିଲାଙ୍କୁ ଅନ୍ୟ ବହି ମଧ୍ୟ ପଢ଼ିବାକୁ ଦିଅନ୍ତୁ। ଆଧ୍ୟାତ୍ମିକ, ବିଜ୍ଞାନ ସମ୍ବଳିତ, ଜଣାଅଜଣା ଆଦି ବହି ପଢ଼ିବା ଦ୍ୱାରା ପିଲାର ଜ୍ଞାନ ବଢ଼ିବ।

୪. କମେଡି ଫିଲ୍ମ ଦେଖାନ୍ତୁ:

ପାଠପଢ଼ା ସହ ପିଲାଙ୍କୁ ଇମୋସନାଲି ସୁସ୍ଥ ରଖିବା ମଧ୍ୟ ଜରୁରୀ। ଏଣୁ ପାଠପଢ଼ାରୁ ସମୟ ମିଳିଲେ ପିଲାଙ୍କୁ କମେଡି ଫିଲ୍ମ ଦେଖାନ୍ତୁ। ମନଖୋଲି ହସିବା ଦ୍ୱାରା ଛୁଆଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।

୫. ପିଲାଙ୍କୁ ସମର୍ଥନ କରନ୍ତୁ:

ଛୋଟପିଲାମାନେ ସାଧାରଣତଃ ମୁଡି ହୋଇଥାନ୍ତି। ସେମାନେ ଯାହା ବୁଝିଥାନ୍ତି ତାହା ହିଁ ତାଙ୍କୁ ଠିକ୍‌ ଲାଗେ। ଏଭଳି ପରିସ୍ଥିତିରେ ଆପଣ ପିଲାଙ୍କୁ ସମର୍ଥନ କରନ୍ତୁ। ପରେ ସମୟ ସୁବିଧା ଦେଖି ଠିକ୍‌ କ’ଣ ଭୁଲ କ’ଣ ବୁଝାଇଦେବେ। ଫଳରେ ଅତି ସହଜରେ ସେମାନେ ଆପଣଙ୍କ କଥା ବୁଝିପାରିବେ। ସେହିପରି ପିଲା କିଛି ନୂଆ କାମ କରିବାକୁ ଚାହୁଁଥିଲେ ତାଙ୍କୁ ସମର୍ଥନ ଦେବାକୁ ଯେମିତି ନ ଭୁଲନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.