Below header

ହ୍ଵାଟସ୍‌ଆପରେ ଆସିଲା ନୂଆ ଫିଚର, ଷ୍ଟାଟସ୍‌ ଅପଡେଟ୍‌ କରୁଥିବା ଲୋକଙ୍କ ପାଇଁ ଫାଇଦା

ଚଳିତବର୍ଷ ପ୍ରାରମ୍ଭରେ ଫେସବୁକ୍‌ ନିଜ ବ୍ରାଣ୍ଡିଙ୍ଗ୍‌ ଅଧୀନରେ ଆସୁଥିବା ତିନୋଟି ଆପ୍‌ ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ ଏବଂ ହ୍ଵାଟସ୍‌ଆପକୁ ଏକାଠି କରିବାର ଏକ ଭିଜନକୁ ସେୟାର କରିଥିଲା। ଆଉ ଏବେ ଏହାର ଆରମ୍ଭ ହୋଇଯାଇଛି। ହ୍ଵାଟସ୍‌ଆପ ଆଣ୍ଡ୍ରଏଡ୍‌ ୟୁଜର୍ସ ଏବେ ସିଧାସଳଖ ନିଜ ଷ୍ଟାଟସ୍‌ ଅପଡେଟ୍‌କୁ ଫେସ୍‌ବୁକ ଷ୍ଟୋରୀରେ ସେୟାର୍‌ କରିପାରିବେ।

ଇନଷ୍ଟାଗ୍ରାମ୍‌ ଷ୍ଟୋରୀକୁ ଫେସବୁକ୍‌ ଷ୍ଟୋରୀରେ ସେୟାର କରିବାର ଅପଶନ ପ୍ରଥମରୁ ହିଁ ଉପଲବ୍ଧ ରହିଛି। ବର୍ତ୍ତମାନ ହ୍ଵାଟସ୍‌ଆପର ନାଁ ବି ଏହି ତାଲିକାରେ ସାମିଲ ହୋଇଯାଇଛି। ଚଳିତବର୍ଷ ଜୁନ୍‌ରେ ହ୍ଵାଟସ୍‌ଆପ୍‌ ଆଣ୍ଡ୍ରଏଡ୍‌ ବିଟା ପ୍ରୋଗ୍ରାମ ଅଧୀନରେ କିଛି ୟୁଜର୍ସଙ୍କୁ ଏହି ଫିଚରର ଆକ୍ସେସ୍‌ ଦେଇଥିଲା। ଏବେ ଏହି ଫିଚରକୁ ହ୍ଵାଟସ୍‌ଆପର ଲାଟେଷ୍ଟ୍‍ ଷ୍ଟେବଲ୍‌ ଭର୍ସନରେ ଉପଲବ୍ଧ କରାଇ ଦିଆଯାଇଛି।

ହ୍ଵାଟସ୍‌ଆପ ଷ୍ଟାଟସ୍‌କୁ ଫେସ୍‌ବୁକ ଷ୍ଟୋରୀରେ ଏମିତି କରନ୍ତୁ ସେୟାର

-ମାଇଁ ଷ୍ଟାଟସ୍‌କୁ ଯାଆନ୍ତୁ।

-ଯେଉଁ ଷ୍ଟାଟସ୍‌କୁ ଆପଣ ଫେସ୍‌ବୁକରେ ସେୟାର କରିବାକୁ ଚାହୁଁଛନ୍ତି, ଏହା ପାର୍ଶ୍ୱରେ ଦେଖାଯାଉଥିବା ହେମ୍‌ବର୍ଗର ଆଇକନ ଉପରେ କ୍ଲିକ୍‌ କରନ୍ତୁ।

-ଏଠାରେ ‘ସେୟାର୍‌ ଟୁ ଫେସ୍‌ବୁକ’ ଉପରେ କ୍ଲିକ୍‌ କରନ୍ତୁ।

ଏହାସହ ପଢ଼ନ୍ତୁ: ହ୍ଵାଟ୍ସଆପ ଡିଲିଟ ହେବା ପରେ ମଧ୍ୟ ସେଫ ରହିବ ସମସ୍ତ ଚାଟ, ବଦଳାଇ ଦିଅନ୍ତୁ ଏହି ସେଟିଙ୍ଗ

-ଏଠାରେ ଆପଣଙ୍କୁ ଡିଫଲ୍ଟ ପ୍ରାଇଭେସି ସେଟିଙ୍ଗ୍‌ ସହିତ ଆପଣଙ୍କ ଫେସ୍‌ବୁକ ପ୍ରୋଫାଇଲ୍‌ ଫିଚର ନଜର ଆସିବ।

-ଷ୍ଟାଟସ୍‌କୁ ସେୟାର କରିବା ପୂର୍ବରୁ ଏଠାରେ ପବ୍ଲିକ୍‌, ଫ୍ରେଣ୍ଡସ୍‌ ଆଣ୍ଡ କନେକ୍ସନସ୍‌, ଫ୍ରେଣ୍ଡସ୍‌, କଷ୍ଟମ୍‌ ଏବଂ ହାଇଡ୍‌ ଷ୍ଟୋରୀ ମଧ୍ୟରୁ ଗୋଟିଏ ଅପଶନ ସିଲେକ୍ଟ କରନ୍ତୁ।

-ଏବେ ସେୟାର କରିବା ପାଇଁ ‘ସେୟାର ନାଓ’ ଉପରେ କ୍ଲିକ୍‌ କରନ୍ତୁ।

ଗୋଟିଏ ଥର ହ୍ଵାଟସ୍‌ଆପ ଷ୍ଟାଟସ୍‌ ଫେସ୍‌ବୁକ ଷ୍ଟୋରୀରେ ପୋଷ୍ଟ ହେବା ପରେ ତାହା ୨୪ ଘଣ୍ଟା ପାଇଁ ରହିବ। ଷ୍ଟାଟସ୍‌କୁ ଅନେକ ଥର ଫେସ୍‌ବୁକ ଷ୍ଟୋରୀରେ ପୋଷ୍ଟ କରାଯାଇପାରିବ। ସବୁଠାରୁ ଭଲ କଥା ହେଉଛି, ମୂଳ ହ୍ଵାଟସ୍‌ଆପ ଷ୍ଟାଟସ୍‌କୁ ଡିଲିଟ୍‌ କରିବା ପରେ ବି ଫେସ୍‌ବୁକ ଷ୍ଟାଟସ୍‌ ଉପଲବ୍ଧ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.