କିଏ ଏହି ବ୍ୟକ୍ତି ଯାହାକୁ ବିନା ହେଲମେଟରେ ଦଖି ମଧ୍ୟ ଚାଳାଣ ନକାଟି ଛାଡିଦେଲା ପୋଲିସ ?

ନୂଆ ମୋଟର ଯାନ ଆଇନକୁ ନେଇ ସବୁଆଡେ ଚର୍ଚ୍ଚା। କେଉଁ ଠାରେ ପୋଲିସ ଅନ୍ୟ କିଛି କେସରେ ହାତ ନଲଗାଇ କେବଳ ଚେକିଂରେ ମାତିଛି ତ କେଉଁଠି ଛକ ଛକରେ ଛିଡା ହୋଇ ବେପାରୁଆ, ଓ ବିନା  ହେଲମେଟର ଗାଡି ଚାଳକଙ୍କ କଣ୍ଟା ସାଜୁଛି।  ଅନେକ ଜାଗାରେ ପୋଲିସର ଏଭଳି ଫାଇନ କଟା ଅଭିଯାନ ଚାଲୁ ରହିଛି। ଯେଉଁଥି ପାଇଁ  ଟ୍ରାଫିକ ନିୟମ ଖିଲାପକାରୀ ସହଜରେ ବର୍ତ୍ତି ପାରୁନାହାନ୍ତି। ବିଶେଷ କରି ବିନା ହେଲମେଟ ବାଇକ ଚାଳକ ଏଥିରୁ ମୁକ୍ତ ହୋଇପରୁନାହାନ୍ତି। କିନ୍ତୁ ଗୁଜୁରାଟର ଜଣେ  ବିନା ହେଲମେଟର ବାଇକ ଚାଳକ ପୋଲିସ ହାତରେ ଧରା ପଡି ଖୁବ ସହଜରେ ବିନା ଚାଳଣରେ ଖସି ଆସିପାରିଛନ୍ତି।

ଆହୁରି ପଢନ୍ତୁ: ଏମିତି ଏକ ରହସ୍ୟମୟ କୂଅ, ଯାହାର ପାଣି ସବୁ କିଛି କରିଦେଇଥାଏ ପଥର

ଗୁଜୁରାଟର ଜାକିର ମେମନ ନାମକ ଜଣେ ବ୍ୟକ୍ତି କିଛି ଦିନ ତଳେ ବିନା ହେଲମେଟରେ ବାଇକ ଚଳାଉଥିବାରୁ ପୋଲିସ ତାଙ୍କୁ ଧରିଥିଲା। ସେତେବେଳେ ମେମନ ପୋଲିସକୁ  କହିଥିଲେ ତାଙ୍କ ପାଖରେ ଗାଡିର ସବୁ କାଗଜ ପତ୍ର ଅଛି।  କିନ୍ତୁ ତାଙ୍କ ମୁଣ୍ଡର ସାଇଜ ବଡ ଥିବାରୁ ବାସ୍ ତାଙ୍କ ପାଖରେ ଏକ ହେଲମେଟ ନାହିଁ। ସେହି କାରଣରୁ ସେ ହେଲମେଟ ପିନ୍ଧି ନଥିଲେ। ମେମନଙ୍କ କହିବା ମୁତାବକ ପୂର୍ବରୁ ସେ ହେଲମେଟ ପାଇଁ ଅନେକ ଦୋକାନ ବୁଲିଥିଲେ। କିନ୍ତୁ ତାଙ୍କ ମୁଣ୍ଡ  ସାଇଜର ଗୋଟିଏ ବି ହେଲମେଟ ମିଳିନଥିଲା। ଏହି ସବୁ କଥା ପୋଲିସ ଆଗରେ କହିଥଲେ ମଧ୍ୟ ପୋଲିସ ବିଶ୍ବାସ କରିନଥିଲା। ପରେ ମେମନ ବାଟରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଠାରୁ ହେଲମେଟ ମାଗି ପୋଲିସ ଆଗରେ ଡେମୋ ଦେଖାଇଥିଲେ। ଯାହା ପରେ ପୋଲିସ ମେମନଙ୍କୁ ବିଶ୍ବାସ କରିଥିଲା ଓ ଚାଳଣ ନକାଟି କେବଳ ଚେତାବନୀ ଦେଇ ଛାଡିଦେଇଥିଲା। ନୂଆ ମୋଟରଯାନ ଆଇନରେ  ଏମିତି ପ୍ରଥମଥର ପାଇଁ ବିନା ଚାଲଣରେ ପୋଲିସ ଛାଡି ଦେଇଥିବାରୁ ସାଧାରଣରେ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.