କାର କିଣି ପଇସା ସୁଝିପାରିଲେ ନାହିଁ ପାକିସ୍ତାନର ରେଳମନ୍ତ୍ରୀ, ପଇସା ମାଗିବା ପାଇଁ ପାର୍ଲିଆମେଣ୍ଟ ପହଁଚିଲେ ବ୍ୟକ୍ତି ଦେଖନ୍ତୁ ଭିଡିଓ
ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସେ ପୁଣିଥରେ ସୋସିଆଲ ମିଡିଆରେ ନିଜର ଏକ ନୂଆ ଭିଡିଓ ସହ ଭାଇରଲ ହୋଇଛନ୍ତି । ଏହି ଭିଡିଓରେ ଜଣେ ବ୍ୟକ୍ତି ପାକିସ୍ତାନୀ ସଂସଦ ଭବନ ପରିସରରେ ଶେଖ ରସିଦଙ୍କୁ କାରର ପଇସା ମାଗୁଥିବାର ଦେଖାଯାଇଛି । ସେହି ସମୟରେ ଶେଖ ରସିଦ ବ୍ୟକ୍ତି ଜଣଙ୍କୁ ଶାନ୍ତ କରାଇ ନିଜ ପିଛା ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବ୍ୟକ୍ତି ଜଣକ ନିଜ କଥାରେ ଅଡ଼ି ବସିଛନ୍ତି । ଏହି ସମୟରେ ସେଠାରେ କିଛି ମିଡ଼ିଆ ବ୍ୟକ୍ତି ଏହି ଘଟଣାକୁ କ୍ୟାମେରାରେ ରେକର୍ଡ଼ କରିଛନ୍ତି ।
ଭାଜପା ପ୍ରବକ୍ତା ସମ୍ବିତ ପାତ୍ର ସୋମବାର ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି ଲେଖିଥିଲେ ” ଏହା ହେଉଛି ପାକିସ୍ତାନର ହାଲତ । ପାକିସ୍ତାନର ରେଳମନ୍ତ୍ରୀ (ଶେଖ ରସିଦ ଅହମଦ) ଯାହାଙ୍କୁ କିଛିଦିନ ପୂର୍ବରୁ କରେଣ୍ଟ ଲାଗିଥିଲା, ସେ ନିଜ କାରର ପଇସା ସୁଝି ନାହାନ୍ତି ଏବଂ ଯାହାଠାରୁ ପଇସା ଆଣିଥିଲେ ସେ ପାକିସ୍ତାନ ପାର୍ଲିଆମେଣ୍ଟ ଆସି ମନ୍ତ୍ରୀଙ୍କୁ ପଇସା ମାଗୁଛି । ଏହା ସହିତ ସମ୍ବିତ ପାତ୍ର ପରମାଣୁ ବୋମା ଆଟାକକୁ ନେଇ ପାକିସ୍ତାନକୁ ତୀକ୍ଷ୍ଣ କଟାକ୍ଷ କରିଥିଲେ ।
ये है पाकिस्तान कि हालत!
पाकिस्तान के रेल मंत्री(शेख़ राशिद अहमद) …जिनको कुछ दिनों पहले करेंट लगा था,उन्होंने अपने Car का पैसा नहीं चुकाया है ..जिससे पैसे लिए थे वो पाकिस्तान के parliament में आ कर मंत्री जी को घेर लेता है।
हम्म ..और ये चले थे पाउ,सवा पाउ के nuclear वार करने!! pic.twitter.com/TZbQ7N6kQW— Sambit Patra (@sambitswaraj) September 16, 2019
ସୂଚନା ଅନୁଯାୟୀ ଭାରତ ସରକାରଙ୍କ ଦ୍ୱାରା ଜାମ୍ମୁ କାଶ୍ମୀର ଉପରୁ ଆର୍ଟିକିଲ 370 ହଟାଯିବାପରେ ପାକିସ୍ତାନକୁ ବହୁତ ବଡ଼ ଝଟକା ଲାଗିଛି । ଏହି ସମୟରେ ପାକିସ୍ତନରେ ଏକ ଜନସଭାକୁ ସମ୍ବଧିତ କରିବା ସମୟରେ ଶେଖ ରସିଦ ଭାରତ ବିରୋଧରେ ବୟାନ ଦେଇଥିଲେ ଓ ଠିକ ସେହି ସମୟରେ ତାଙ୍କୁ ମାଇକରୁ କରେଣ୍ଟ ଲାଗିଯାଇଥିଲା । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।
କରେଣ୍ଟ ଲାଗିବା ପରେ ଶେଖ ରସିଦ କହିଥିଲେ ମୋଦି ଏହି ପ୍ରକ୍ରିୟାକୁ ସଫଳ କରିପାରିବେ ନାହିଁ । ଶେଖ ରସିଦଙ୍କ ଏହି ବୟାନ ଉପରେ ଲୋକମାନେ ବହୁତ ହସିଥିଲେ । ଏହା ପୂର୍ବରୁ ମଧ୍ୟ ଶେଖ ରସିଦ ଅନେକ ଥର ଭାରତ ବିରୋଧରେ ବୟାନ ଦେଇଛନ୍ତି । ରସିଦଙ୍କୁ ପାକିସ୍ତାନୀ ସେନାଙ୍କର ବହୁତ ନିକଟତର ବୋଲି କୁହାଯାଇଥାଏ ।