ଆଜି ହାଇଦ୍ରାବାଦ୍‌ରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ୩୦ରୁ ଅଧିକ ଇଣ୍ଡଷ୍ଟ୍ରି କ୍ୟାପ୍‌ଟେନ

କେନ୍ୟୁଜ୍: ହାଇଦ୍ରାବାଦ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରହିଛି ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌। ଏହି ସମ୍ମିଳନୀ ଅବସରରେ ଟପ୍‌ ବିଜନେସ ଲିଡରଙ୍କ ସହ ୱାନ ଟୁ ୱାନ ସାକ୍ଷାତ କର୍ଯ୍ୟକ୍ରମ ରହିଛି। ୩୦ରୁ ଅଧିକ ଇଣ୍ଡଷ୍ଟ୍ରି କ୍ୟାପ୍‌ଟେନ ନବୀନଙ୍କୁ ଭେଟିବେ। ପ୍ରାଇସ ୱାଟର ହାଉସ୍‌ କୁପର୍‌ସର ଆଡଭାଇଜର ଲିଡର ଅର୍ଣ୍ଣବ ବସୁ, ମାଇକ୍ରୋସଫ୍ଟ ଇଣ୍ଡିଆର ଏମ୍‌ଡି ରଜୀବ କୁମାର, ଭାରତ ବାୟୋଟେକ୍‌ର ଅଧ୍ୟକ୍ଷ ଡ. କ୍ରିଷ୍ଣା ଇଲା, ଡେଲଏଟ୍‌ର ଏମ୍‌ଡି ଏନ୍‌. ଭେଙ୍କଟରାମ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ।

ସେହିପରି ରାମ୍‌କୀ ଗ୍ରୁପ୍‌ ଏମ୍‌ଡି ୱାଇ ଆର୍‌ ନାଗାରାଜା, ଓରାକଲ ଏମ୍‌ଡି(ଇଣ୍ଡିଆ) ଶୈଳେନ୍ଦ୍ର କୁମାର ଓ ଆପୋଲୋ ସ୍ପେସିଆଲିଟି ହସ୍ପିଟାଲ୍‌ସର ଏମ୍‌ଡି ଅନିନ୍ଦିଥ୍‌ ରେଡ୍ଡି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସରକାରଙ୍କ ଫୋକସରେ ରହିଛି ୮ଟି ସେକ୍ଟର। ଏହା ଭିତରେ ରହିଛି ଆଇଟି/ଆଇଟିଇଏସ୍‌, ହେଲ୍‌ଥ କେୟାର ଓ ଫାର୍ମାସ୍ୟୁଟିକାଲ୍‌, ଇଏସଡିଏମ୍‌ ଓ ଡାଟା ସେଣ୍ଟର, ମେଟାଲ୍‌ ଓ ମେଟାଲ୍‌ ଡାଉନଷ୍ଟ୍ରିମ୍‌ । ସେହିପରି ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ମାଇନିଂ ମେସିନାରୀ, ଅକ୍ଷୟ ଶକ୍ତିରୁ ନିବେଶ ଆଶା କରିଛନ୍ତି ସରକାର। ଏହାପୂର୍ବରୁ ହାଇଦ୍ରାବାଦରେ ଗତକାଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର ୧୨ ଟି ଶିଳ୍ପସଂସ୍ଥାର ମୁଖ୍ୟଙ୍କ ସହ ୱାନ ଟୁ ଆଲୋଚନା କରିଛନ୍ତି । ସଂଧ୍ୟା ୬ଟା ୩୦ରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏଥିରେ ୩୦୦ ପୁଞ୍ଜିପତି ଯୋଗଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.