Below header

ମନମୁଣ୍ଡା ବନାଞ୍ଚଳରେ ପୁଣି ୫ହେକ୍ଟର ଗଞ୍ଜାଇ ଚାଷ ନଷ୍ଟ କଲା ବନ ବିଭାଗ

କଣ୍ଟାମାଳ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନାଞ୍ଚଳରେ ପୁଣି ୫ ହେକ୍ଟର ଗଞ୍ଜେଇ ଚାଷ ନଷ୍ଟ କରିଛି ବନ ବିଭାଗ । ବୌଦ୍ଧ ବନଖଣ୍ଡରୁ ଗଞ୍ଜେଇ ଚାଷକୁ ସମୂଳେ ନାଶ କରିବା ପାଇଁ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ନିଷ୍ପତ୍ତି କ୍ରମେ ଏହି ଅଭିଯାନ ପାଇଁ କଡା ନିର୍ଦ୍ଦେଶ ଦେବା ସହ ନିଜ କର୍ମଚାରୀଙ୍କୁ ନିୟୋଜିତ କରିଥିଲେ। ମନମୁଣ୍ଡା ବନାଞ୍ଚଳ ଗୁନ୍ଦୁଲିଆ ସେକ୍ସନ ଥିବା “ପୁତୁନା ସଂରକ୍ଷିତ ଜଙ୍ଗଲ , କମ୍ପାର୍ଟମେଂଟ ନଂ୨ ” ରେ ବ୍ୟାପକ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଜଣା ପଡିବା ପରେ ଗତକାଲି ଚଢ଼ାଉ କରାଯାଇଥିଲା।

ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶ କ୍ରମେ ରବିବାର ମନମୁଣ୍ଡା ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରାଙ୍କ ନେତୃତ୍ୱରେ କଣ୍ଟାମାଲ ରେଞ୍ଜ ଅଧିକାରୀ କ୍ଷୀରାବ୍ଧି ପ୍ରଧାନ , ପୁରୁଣାକଟକ ରେଞ୍ଜ ଅଧିକାରୀ ନିହାର ରଞ୍ଜନ ମଲ୍ଲିକ ପ୍ରମୁଖ ଲୁମ୍ବୁରଜୁନା, ତିରଚିପଡା ଓ ଡମଡା ଗ୍ରାମର ବନସୁରକ୍ଷା କର୍ମଚାରୀ ମୋଟ ପ୍ରାୟ ୭୦ଜଣ ଉକ୍ତ ଜଙ୍ଗଲ ଉପରେ ଚଢ଼ାଉ କରିଥିଲେ। ଏହି ଜଙ୍ଗଲର ପ୍ରାୟ ୫ହେକ୍ଟର ପରିମିତ ଅଂଚଳରେ ଗଞ୍ଜେଇ ଚାଷ ହୋଇଥିବା ଦେଖିବାକୁ ପାଇ ସେସବୁକୁ କାଟି ପୋଡି ନଷ୍ଟ କରିଥିଲେ। କଟାଯାଇ ନଷ୍ଟ କରାଯାଇଥିବା ଗଛ ସଂଖ୍ୟା ପ୍ରାୟ ୮ ହଜାର ୭ ଶହ ହେବ ବୋଲି ମନମୁଣ୍ଡା ରେଞ୍ଜ ଅଧିକାରୀ ଶ୍ରୀ କୁମୁରାଙ୍କ ଠାରୁ ଜାଣିବାକୁ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.