Below header

ଜାନୁଆରୀରୁ ସୁରକ୍ଷିତ ହେବ ଯାତ୍ରା, ଗାଡିରେ ଲାଗିବ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ

ସୁରକ୍ଷିତ ହେବ ଯାତ୍ରା । ବସ ହେଉକି ଭଡା କାର ସୁରକ୍ଷିତ ଯାଇପାରିବେ । ଯଦି କୌଣସି ସମସ୍ୟା ହୁଏ ତେବେ ଗାଡି ରେ ଲାଗିଥିବା ପାନିକ ବଟମ ଦବାଇଲେ । ଶୀଘ୍ର ପହଂଚିବ ସହାୟତା ।

ସୁରକ୍ଷିତ ହେବ ଯାତ୍ରା । ବସ ହେଉକି ଭଡା କାର ସୁରକ୍ଷିତ ଯାଇପାରିବେ । ଯଦି କୌଣସି ସମସ୍ୟା ହୁଏ ତେବେ ଗାଡି ରେ ଲାଗିଥିବା ପାନିକ ବଟମ ଦବାଇଲେ । ଶୀଘ୍ର ପହଂଚିବ ସହାୟତା । ଜାନୁଆରି ମାସ ଠାରୁ ନୂଆ ଗାଡିରେ ଲାଗିବ VLTD (ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ) ଗାଡିରେ ଲଗାଇବା ପାଇଁ ବାଧ୍ୟତାମୂଳକ କରିଛନ୍ତି ସରକାର । ଜୁନ ୧ ତାରିଖ ସୁଦ୍ଧା ପୁରୁଣା ଗାଡିରେ ଲାଗିବ VLTD ।

ଏହାର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ର ଉଦଘାଟନ କଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । କମର୍ସିଆଲ ଭେଇକିଲରେ ନିର୍ଭୟରେ ଯାଇ ପାରିବେ ଯାତ୍ରୀ । ମହିଳା ଯାତ୍ରୀଙ୍କ ସୁରକ୍ଷା, ମହିଳାଙ୍କ ଯାତାୟତ,ଉନ୍ନତ ସଡକ ସୁରକ୍ଷା ଏବଂ କାର୍ଯ୍ୟନିର୍ବାହୀ ସେବା ପାଇଁ ସାଧାରଣ ପରିବହନ ଯାନ ଉପରେ ନିରନ୍ତର ନଜର ରଖିବା ପାଇଁ VLTD ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

ଅଟୋ ରିକ୍ସା ଏବଂ ଇ-ରିକ୍ସା ବ୍ୟତୀତ ଉଭୟ ସରକାରୀ ଏବଂ ବେସରକାରୀ ବସ୍, ସ୍କୁଲ ଏବଂ କଲେଜ ବସ୍ ଏବଂ କ୍ୟାବ / ଟ୍ୟାକ୍ସି ସମେତ ସମସ୍ତ ଯାତ୍ରୀ ପରିବହନ ଯାନରେ ମହିଳା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ VLT ପାନିକ୍ ବଟନ୍ ରହିବ । ଖୁବଶୀଘ୍ର ଏହି ସେବା ରାଜ୍ୟର କୋଣ ଅନୁକୋଣରେ ପହଂଚିବ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।

VLTD (ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ ) କଣ ?

ସମସ୍ତ କମର୍ଷିଆଲ ଭେଇକିଲ ରେ ଲାଗିବ VLTD । ଗାଡିର ସମସ୍ତ ଯାତ୍ରୀ ବିଶେଷ କରି ମହିଳା ଯାତ୍ରୀଙ୍କ ନିକଟରେ ଲାଗିବ ପାନିକ ବଟମ । ଗାଡିରେ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କଲେ କିମ୍ବା କୌଣସି ଯାତ୍ରୀ ସମସ୍ୟାରେ ସମ୍ମୁଖୀନ ହେଲେ, ଗାଡି ଦୁର୍ଘଟଣା ର ଶିକାର ହେଲେ କିମ୍ବା ଦ୍ରୁତ ଗତି ରେ ଗାଡି ଚଳାଇଲେ ପାନିକ ବଟମ ଦବାଇ ଯାତ୍ରୀ ମାନେ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର କୁ ସୂଚନା ଦେଇପାରିବେ । ଏହାପରେ ସେଣ୍ଟ ରରୁ ERSS (ଏମର୍ଜେନ୍ସି ରେସ୍ପନ୍ସ ସପୋର୍ଟ ସିଷ୍ଟମ କୁ ଅବଗତ କରାଯିବ )ସଙ୍ଗେ ସଂଗେ ନିକଟସ୍ଥ ଥାନା, ଡାକ୍ତର ଖାନା,ଟ୍ରମା କେୟାର ସେଣ୍ଟର କୁ ସୂଚନା ଦିଆଯିବ । ଏହା ମାଧ୍ୟମରେ ଯାତ୍ରୀ ମାନଙ୍କୁ ଖୁବଶୀଘ୍ର ସେବା ଯୋଗାଇ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.