Below header

ବୌଦ୍ଧ ନଲିକୁମ୍ପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ଵଂସ କଲେ SOG ଯବାନ, ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ

ବୌଦ୍ଧ ମନ ମନମୁଣ୍ତ ଥାନା ନଲିକୁମ୍ପା ଜଙ୍ଗଲରେ SOG ର କମ୍ବିଂ ଅପରେସନ ଶେଷ । ମାଓ କ୍ୟାମ୍ପ ଧ୍ଵଂସ କଲେ SOG ଯବାନ। ସେଠାରେ ପ୍ରାୟ ୪୦ KKBN ମାଓବାଦୀ ଥିଲେ। ସେମାନଙ୍କ ମଧ୍ୟ ରେ ସିନିୟର କ୍ୟାଡ଼ର ମାଓବାଦୀ ଥିଲେ।

ବୌଦ୍ଧ ମନ ମନମୁଣ୍ତ ଥାନା ନଲିକୁମ୍ପା ଜଙ୍ଗଲରେ SOG ର କମ୍ବିଂ ଅପରେସନ ଶେଷ । ମାଓ କ୍ୟାମ୍ପ ଧ୍ଵଂସ କଲେ SOG ଯବାନ। ସେଠାରେ ପ୍ରାୟ ୪୦ KKBN ମାଓବାଦୀ ଥିଲେ। ସେମାନଙ୍କ ମଧ୍ୟ ରେ ସିନିୟର କ୍ୟାଡ଼ର ମାଓବାଦୀ ଥିଲେ। SOG ର କୁମ୍ବିଂ ଅପରେସନ ରେ ଛତ୍ର ଭଙ୍ଗ ଦେଇଥିଲେ ମାଓବାଦୀ। କ୍ୟାମ୍ପ ରୁ ବହୁ ପରିମାଣରେ ବାସନ କୁସନ୍, ରାସନ୍ ମାଓ ପୁସ୍ତିକା ଆଦି ଜବତ କରିଛି SOG। ପୂର୍ବରୁ ମଧ୍ୟ ଏଠାରେ ଅପରେସନ କରି ମାଓ କ୍ୟାମ୍ପ ନଷ୍ଟ କରିଥିଲେ ସୁରକ୍ଷା ବାହିନୀ । ଗତକାଲି ଠାରୁ ଅପରେସନ ଚାଲିଥିଲା ।

ମାଓବାଦୀଙ୍କ ବଡ଼ ଅପରେସନ ଯୋଜନା ପଣ୍ଡ। ଜବତ ହେଲା ପ୍ରାୟ 40 IED। ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ ପରେ କମ୍ବିଂ ଅପରେସନ ଜାରି। ବୌଦ୍ଧ ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ଚାଲିଛି କମ୍ବିଂ ଅପରେସନ। SOGର ୧୫ଟି ଟିମ୍ କମ୍ବିଂ ଅପରେସନରେ ସାମିଲ ହୋଇଛନ୍ତି।

ଗୁଳି ବିନିମୟରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ମାଓବାଦୀମାନେ ପ୍ରାୟ 400 IEDଖଞ୍ଜି ବଡ଼ ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ। ବୋମା ନିଷ୍କ୍ରିୟକାରୀ ଟିମ୍ ବୋମାକୁ ଅକାମୀ କରୁଛନ୍ତି। ଜଙ୍ଗଲରୁ କିଛି ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି ADG ଅପରେସନ .ଗତକାଲି ପ୍ରାୟ ଦେଢ଼ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା। KKBN ସଂଗଠନର ମାଓବାଦୀ SOG ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ଯବାନ ପାଲଟା ଗୁଳିଚାଳନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.