ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ +୨ ପରୀକ୍ଷା

ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ +୨ ପରୀକ୍ଷା। ମାର୍ଚ୍ଚ ୨୦ ଯାଏଁ ପରୀକ୍ଷା ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି।

ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ +୨ ପରୀକ୍ଷା। ମାର୍ଚ୍ଚ ୨୦ ଯାଏଁ ପରୀକ୍ଷା ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଫେବ୍ରୁଆରୀ ୧୬ରୁ ଯୁକ୍ତ ଦୁଇ ବିଜ୍ଞାନ,୧୭ରୁ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ।

ଏହାପୂର୍ବରୁ ଜାନୁଆରୀ ୨ରୁ ୧୨ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ୨୦୨୦ରେ ପଞ୍ଜୀକୃତ ଛାତ୍ରଛାତ୍ରୀ ପୁରୁଣା ସିଲାବସ ଅନୁସାରେ ପରୀକ୍ଷା ଦେବେ। ଏଥର ମୋଟ ୩ ଲକ୍ଷ ୮୪ ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସିସିଟିଭି ନଜରରେ ରହିବ ସବୁ ପରୀକ୍ଷା କେନ୍ଦ୍ର ଏଥର ସମ୍ବେଦନଶୀଳ ସେଣ୍ଟରରେ ଲାଇଭ ଷ୍ଟ୍ରିମିଂ ପାଇଁ ଯୋଜନା କରାଯାଉଛି । ପରୀକ୍ଷାରେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ ସହ ଜିଲ୍ଲା ସ୍ତରରେ ସେଣ୍ଟ୍ରାଲ ସ୍କ୍ୱାଡ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.