କିଟ, କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

କିଟ, କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପୁଣି ଏକ ମର୍ଯ୍ୟାଦାଜନକ ସମ୍ମାନ।

କିଟ, କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପୁଣି ଏକ ମର୍ଯ୍ୟାଦାଜନକ ସମ୍ମାନ। ସାଉଥ ଏସିଆନ ଫ୍ରାଟରନିଟି ପକ୍ଷରୁ କଟକର ଗୋପବନ୍ଧୁ ଭଵନରେ ଡକ୍ଟର ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି।

ସାଉଥ ଏସିଆନ ଫ୍ରାଟରନିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇ ଥାଏ। ଗତ ନଭେମ୍ବର ୧୬ରୁ ୧୮ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ କାନପୁର ଠାରେ ସାଉଥ ଏସିଆନ ଫ୍ରାଟରନିଟିର ସମ୍ମେଳନ ଆୟୋଜନ ହୋଇଥିଲା।

ସେତେବେଳେ ଡକ୍ଟର ସାମନ୍ତ ଜାପାନରେ ଥିବାରୁ ଏହି ସମ୍ମିଳନୀରେ ଉପସ୍ଥିତ ରହି ପାରି ନଥିଲେ। ତେଣୁ ସାଉଥ ଏସିଆନ ଫ୍ରାଟରନିଟିର ମହାସଚିବ ଥିବା ଦୀପକ ମାଲବୀୟ ଗୋପବନ୍ଧୁ ଭଵନରେ ଡକ୍ଟର ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

ଗୋପବନ୍ଧୁ ଭଵନରେ ଆୟୋଜିତ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ସାଉଥ ଏସିଆନ ଫ୍ରାଟରନିଟିର ମହାସଚିବ ଥିବା ଦୀପକ ମାଲବୀୟଙ୍କ ସହିତ ଲୋକସେବକ ମଣ୍ଡଳ ସଭାପତି ରାଜକୁମାର ଚୋପ୍ରା, ଲୋକସେବକ ମଣ୍ଡଳ ସାଧାରଣ ସମ୍ପାଦକ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଲୋକସେବକ ମଣ୍ଡଳ ଓଡିଶା ଶାଖା ସମ୍ପାଦକ ଭୀମସେନ ଯାଦବ ଏବଂ ସମାଜର ସମ୍ପାଦକ, ମୁଖ୍ୟ ପରିଚାଳକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.